ମସ୍ତି ମଜ୍ଜାକ୍‌ରେ ୯ ଜଣଙ୍କୁ ବିବାହ କଲେ ଯୁବକ, ଏବେ ଘର ଚଳାଇବା ମୁସ୍କିଲ୍

Published By : Prameya-News7 Bureau | August 16, 2022 IST

ହୋଇଥାଏ ହୃଦୟର ମିଳନ । ଏଥିପାଇଁ ଗୋଟେଇ ଝିଏ ଟିଏ ଗୋଟେ ପୁଅକୁ ବିବାହ କରିଥାଏ । କିନ୍ତୁ କେବେ ଭାବିଛନ୍ତି ଜଣେ ଯୁବକ ଏକାସଂଗେ ୯ ଝିଅଙ୍କୁ ବିବାହ କରେ । କଥାଟି ଆଶ୍ଚର୍ଯ୍ୟ ହେଲେ ବି ସତ । ଏହି ପ୍ରଶ୍ନର ଉତ୍ତର ବ୍ରାଜିଲର ଜଣେ ମଡେଲ ଆର୍ଥର ଉର୍ସୋଙ୍କ ଛଡା କେହି ଭଲ ଭାବେ ଦେଇପାରିବେନି ।

ଆର୍ଥର ଓ ଉର୍ସୋ ଗତ ବର୍ଷ ୯ ଝିଅଙ୍କୁ ବିବାହ କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ଅବଶ୍ୟ ୯ ଜଣଙ୍କୁ ବିବାହ କରିବା ପରେ ଜମେ ଯୁବତୀ ଉର୍ସୋଙ୍କୁ ଛାଡି ଚାଲିଯାଇଥିଲେ । ବର୍ତ୍ତମାନ ସେ ୮ପତ୍ନୀଙ୍କ ସହ ରହୁଛନ୍ତି, କିନ୍ତୁ ତାଙ୍କ ଜୀବନ ପୂର୍ବ ଭଳି ଅସହଜ ହୋଇପଡିଛି । ସେ ନିଜେ ତାଙ୍କ ଅଭିଜ୍ଞତା ସେୟାର କରିଛନ୍ତି । ଆସନ୍ତୁ ଜାଣିବା ଉର୍ସୋଙ୍କ ସ୍ଥିତି କ’ଣ?
କାହିଁକି କରିଥିଲେ ଏମିତି :
ବିବାହର କିଛି ଦିନ ପରେ ଗଣମାଧ୍ୟମକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଉର୍ସୋ କହିଥିଲେ ଯେ ସେ ଏକକ ବିବାହକୁ ସମର୍ଥନ କରନ୍ତିନି । ସେଥିପାଇଁ ସେ ୯ ଝିଅଙ୍କୁ ବିବାହ କରିଥିଲେ । ସେ କହିଥିଲେ ଯେ ସେ ମୁକ୍ତ ପ୍ରେମ ଜୀବନକୁ ପାଳନ କରିବାକୁ ଚାହୁଁଛନ୍ତି । ସୂଚନା ଥାଉକି, ବ୍ରାଜିଲରେ ବହୁ ବିବାହ ବେଆଇନ୍ । ତେଣୁ ଏହି ବିବାହ ଆଇନଗତ ଭାବରେ ବେଆଇନ୍ । କିନ୍ତୁ ବିବାହର କିଛି ବର୍ଷ ଧରି ସେମାନେ ଭଲ ଜୀବନ ବିତାଇଲେ । ଏବେ କିନ୍ତୁ ବର୍ତ୍ତମାନ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଆର୍ଥର ।
କଣ ହେଉଛି ସମସ୍ୟା:
କହିବାକୁ ଗଲେ ଉର୍ସୋ ୮ ପତ୍ନୀଙ୍କ ସହ ଖୁସି ଅଛନ୍ତି । କିନ୍ତୁ ଅନେକ ସମୟରେ ୮ ପତ୍ନୀଙ୍କ ସହ ରହିବା କାରଣରୁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ସେ କହିଛନ୍ତି ଯେ ବେଳେବେଳେ ମୁଁ ଚାହିଁ ମଧ୍ୟ ମୁଁ କାହା ସହ ରହି ପାରେନି । ବାସ୍ତବରେ, ସେ ସମସ୍ତ ପତ୍ନୀଙ୍କ ସହ ରହିବାକୁ ଏକ ସେକ୍ସ ରୋଷ୍ଟର ପ୍ରସ୍ତୁତ କରିଛନ୍ତି । ଯାହାଦ୍ୱାରା ସମସ୍ତଙ୍କୁ ସମାନ ଟାଇମ ଦେଇପାରିବେ ।

ଉର୍ସୋ କହିଛନ୍ତି ଯେ ଅନେକ ଥର ସେ ଅନ୍ୟ ପତ୍ନୀଙ୍କ ସହ ରହିବାକୁ ଚାହାଁନ୍ତି । କିନ୍ତୁ କେବଳ ରୋଷ୍ଟର ହେତୁ ତାଙ୍କୁ ଅନ୍ୟ କାହା ସହିତ ରହିବାକୁ ପଡେ । ସେ କହିଥିଲେ ଯେ ଏତେ ସଂଖ୍ୟକ ପତ୍ନୀ ହେବାର ଆଉ ଏକ କାରଣ ସେମାନଙ୍କ ଉପରେ ଅଧିକ ଖର୍ଚ୍ଚ । ଖର୍ଚ୍ଚ ପରିଚାଳନା କରିବା ସେମାନଙ୍କ ପାଇଁ ସହଜ ନୁହେଁ ।
ଅଧିକ ପତ୍ନୀ ହେବାର ଲାଭ ବିଷୟରେ ଉର୍ସୋଙ୍କ ମତ:
ଅଧିକ ପତ୍ନୀ ହେବାର କିଛି ସୁବିଧା ମଧ୍ୟ ଉର୍ସୋ କହିଛନ୍ତି । ସେ କହିଛନ୍ତି ଯେ, 'ଅଧିକ ପାର୍ଟନର ହେବାର ସବୁଠାରୁ ବଡ ସୁବିଧା ହେଉଛି ଯୌନ ସ୍ୱାଧୀନତା । ଛୁଟିଦିନରେ ମୋର ବହୁତ ମଜା ହୁଏ । ସେ କହିଛନ୍ତି ଯେ ଯେଉଁମାନେ ମୋର ଅଧିକା ପତ୍ନୀଙ୍କୁ ବିରୋଧ କରନ୍ତି । ସେମାନେ ନିଜେ ବହୁବିବାହ କରିବାକୁ ଇଚ୍ଛା କରିବେ ।
ପ୍ରକୃତ ପତ୍ନୀ କ’ଣ କୁହନ୍ତି:
ଉର୍ସୋଙ୍କ ସରକାରୀ ପତ୍ନୀଙ୍କ ନାମ ଲୁଆନା କାଜାକି । ସେ ପେସାରେ ଜଣେ ମଡେଲ୍ । ତାଙ୍କ ସ୍ୱାମୀଙ୍କ ପାଖରେ ଆଉ ୮ ପତ୍ନୀ ରହିବାରେ ଲୁଆନାଙ୍କର କୌଣସି ଅସୁବିଧା ନାହିଁ । ଯଦିଓ ସେ କୁହନ୍ତି ଯେ ବେଳେବେଳେ ସେ ଖରାପ ଅନୁଭବ କରନ୍ତି । ଯେ ତାଙ୍କ ସ୍ୱାମୀ ତାଙ୍କୁ ଠିକ୍ ସମୟ ଦେବାରେ ସକ୍ଷମ ନୁହଁନ୍ତି । ଏସବୁ ପରେ ମଧ୍ୟ ଲୁନା ଉର୍ସୋ ସହିତ ସମ୍ପର୍କ ରଖିଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.