ବିବାହ ପାଇଁ ଏହି ସଂପ୍ରଦାୟର ଲୋକ ଚୋରୀ କରନ୍ତି ଅନ୍ୟର ସ୍ତ୍ରୀ, ବିବାହିତା ମହିଳା ଓ ପରପୁରୁଷ ବିବାହକୁ ପରକୀୟାଭାବେ ଗ୍ରହଣ କରେନାହିଁ ଏହି ସମାଜ

Published By : Prameya-News7 Bureau | January 16, 2019 IST

 ବିବାହକୁ ନେଇ ବିଭିନ୍ନ ଜନଜାତିରେ ରହିଛି ଭିନ୍ନ ଭିନ୍ନ ପରମ୍ପରା । ଏମିତି ଜନଜାତି ରହିଛି  ସେମାନଙ୍କର ବିବାହ ପ୍ରଥା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ । ସେମାନେ ବିବାହ କରିବାକୁ ଚୋରୀ କରିବାକୁ ପଡ଼େ ପର ସ୍ତ୍ରୀ । ଆସନ୍ତୁ ଜାଣିବା ସେହି ଜନଜାତିର ପରମ୍ପରା ବାବଦରେ ।

ପଶ୍ଚିମ ଆଫ୍ରିକାର ବୋଦାଓ୍ଵେ ଜନଜାତିରେ ଚାଲୁଥିବା ଏହି ପରମ୍ପରା ଅନୁସାରେ ୨ୟ ବିବାହ ଚୋରୀ କରି ପୁରୁଷମାନେ କରିଥାନ୍ତି । ସେମାନଙ୍କ ପରମ୍ପରା ଅନୁସାରେ ପ୍ରଥମ ବିବାହ ଘର ଲୋକଙ୍କ ପସନ୍ଦରେ ହୋଇଥାଏ । କିନ୍ତୁ ୨ୟ ବିବାହ କରିବାକୁ ସେହି ଜନଜାତିରେ ଚାଲୁଥିବା ପରମ୍ପରା ଅନୁସାରେ କରିବାକୁ ହୋଇଥାଏ । ଏହି ବିବାହର ପ୍ରଥାକୁ ବଜାଇ ରଖିବାକୁ ପ୍ରତ୍ୟେକ ବର୍ଷ ଗେରେବୋଲ ବୋଲି ଫେଷ୍ଟିଭାଲ ଆୟୋଜନ କରାଯାଇଥାଏ । ଏହି ଫେଷ୍ଟିଭାଲର ପରମ୍ପରା ଅନୁସାରେ ମହିଳା ମାନେ ନିଜ ପସନ୍ଦର ପୁରୁଷକୁ ପସନ୍ଦ କରିଥାନ୍ତି କିମ୍ବା ପୁରୁଷ ସମ୍ମତିଥିବା ମହିଳାଙ୍କୁ ଚୋରୀ କରିଥାନ୍ତି । ଯଦି ମହିଳା ଓ ପୁରୁଷ ଉଭୟ ସମ୍ମତିଥାଏ ବିବାହ କରିବାକୁ କୌଣସି ଅସୁବିଧା ଦେଖାଦେଇ ନଥାଏ । ଏହି ଫେଷ୍ଟିଭାଲକୁ ପୁରୁଷମାନେ ମହିଳାଙ୍କୁ ଆକର୍ଷିତ କରିବାକୁ  ମୁହଁରେ ରଂଗ ବୋଳି ଆସିଥାନ୍ତି । ମହିଳାମାନେ ନିଜ ତରଫରୁ ପସନ୍ଦ କରିବା ପରେ ପୁରୁଷମାନେ ଚୋରୀ କରିଥାନ୍ତି । କେହି ପୁରୁଷ ଜୋରଜବରଦସ୍ତ କୌଣସି ମହିଳାଙ୍କୁ ଚୋରୀ କରିପାରିବ ନାହିଁ । ଯଦି ମହିଳାଙ୍କର କୌଣସି ପୁରୁଷ ସହ ପ୍ରେମ ହୋଇଯାଏ, ପୁରୁଷଟିଏ ମଧ୍ୟ ଚୋରୀ କରି ବିବାହ ହୋଇଥାଏ ।

ଅନ୍ୟ ଜନଜାତିରେ ପ୍ରଥମେ ପ୍ରେମ, ତା ପରେ ବିବାହ ହୋଇଥାଏ । ବିବାହ ପରେ ଯଦି କୌଣସି ପୁରୁଷ ସହ ପ୍ରେମ ହୋଇଯାଏ, ତାକୁ ପରକୀୟା ବୋଲି ସମାଜ କହିଥାଏ । କିନ୍ତୁ ଏହି ଜନଜାତି ପ୍ରଥମେ ଘର ପସନ୍ଦରେ ହିଁ ବିବାହ କରିବାକୁ ହୋଇଥାଏ ।  ୨ୟ ବିବାହ ପ୍ରେମ ବିବାହରେ ହୋଇଥାଏ । ଏହି ସଂପ୍ରଦାୟରେ ଭଲପାଇ ୨ୟ ବିବାହ କରିବାକୁ ପରକୀୟା ବୋଲି ଗ୍ରହଣ କରାଯାଏ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.