ବିବାହ ପୂର୍ବରୁ ହୋଇଗଲା ସମ୍ପର୍କ, ଗର୍ଭ ନଷ୍ଟ ବଟିକାରେ ମୃତ ଯୁବତୀଙ୍କ ଶବ ସହ ହେଲା ପ୍ରେମୀ ଯୁବକର ବାହାଘର, କାରଣ...

Published By : Prameya-News7 Bureau | September 06, 2021 IST

ନୂଆଦିଲ୍ଲୀ ୦୬/୦୯ : ଆଫ୍ରିକୀୟ ଦେଶ ନାଇଜେରିଆରୁ ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତିଙ୍କୁ ତାଙ୍କ ଭାବିପତ୍ନୀଙ୍କ ମୃତଦେହକୁ ବିବାହ କରିବାକୁ ପଡିଛି। କେବଳ ଏତିକି ନୁହେଁ, ଭାବିପତ୍ନୀଙ୍କ ମୃତଦେହ କବରରୁ ଖୋଳା ଯାଇଛି, ଯାହା ପରେ ସେ ବିବାହ କରିଛନ୍ତି। ଏହା ସେତେବେଳେ ଘଟିଛି ଯେତେବେଳେ ହଠାତ୍ ତାଙ୍କ ଭାବିପତ୍ନୀଙ୍କ ମୃତ୍ୟୁ ହୋଇଯାଇଛି। ଏହି ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ଆଖପାଖ ଅଞ୍ଚଳରେ ଖୁବ୍ ଆଲୋଚନାର ହେଉଛି।

ସୂଚନା ଅନୁଯାୟୀ, ଏହି ମାମଲା ନାଇଜେରିଆର ଏକ ସହରରୁ ଆସିଛି। ଏହି ବ୍ୟକ୍ତିଙ୍କ ନାମ ଡ. ଏମେକା। ସେ ମଧ୍ୟ ଜଣେ ଫାଦର୍। ଏମେକା ପାଞ୍ଚ ବର୍ଷ ଧରି ଚିଓମା ନାମକ ଜଣେ ଝିଅକୁ ଡେଟ୍ କରୁଥିଲେ। ଗତ ବର୍ଷ ଉଭୟଙ୍କ ନିର୍ବନ୍ଧ ହୋଇଥିଲା। କିନ୍ତୁ ଚଳିତ ବର୍ଷ ଫେବୃଆରୀରେ ତାଙ୍କ ଭାବିପତ୍ନୀ ଗର୍ଭବତୀ ଥିବା ଜଣାପଡିଥିଲା। ଏହି ଖବର ଶୁଣି ଏମେକା ବହୁତ ଡରି ଯାଇଥିଲେ ଏବଂ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ବିବାହ ପୂର୍ବରୁ ଏହି ସବୁ ଘଟଣା ହେତୁ ଏମେକା ଅନେକ ଦିନ ଚିନ୍ତାରେ ରହିଥିଲେ। ଶେଷରେ ସେ ଝିଅଟିର ଆଜଣାତରେ ତାଙ୍କୁ ଗର୍ଭପାତ ଔଷଧ ଖୁଆଇ ଦେଇଥିଲେ। କିନ୍ତୁ ଏହା ତାଙ୍କୁ ଏତେ ମହଙ୍ଗା ପଡିଯିବ ବୋଲି ସେ ଭାବି ନଥିଲେ। ଝିଅଟିର ସ୍ୱାସ୍ଥ୍ୟ ବହୁତ ଖରାପ ବିଗିଡିବାକୁ ଲାଗିଲା। ସେ ଅଚେତ ହୋଇଗଲେ ଏବଂ ସେଠାରେ ତାଙ୍କର ମୃତ୍ୟୁ ହୋଇଗଲା। ଏମେକା ଏ ଏସବୁ ବଷୟରେ କାହାକୁ କହି ନଥିଲେ। ଯେତେବେଳେ ଝିଅଟିର ପୋଷ୍ଟମର୍ଟମ କରାଯାଇଥିଲା ସେତେବେଳେ ଏହା ପ୍ରକାଶ ପାଇଲା।

ଏହା ପରେ ଏହି ମାମଲା ଚର୍ଚ୍ଚାର ବଷୟ ପାଲଟିଗଲା। ଝିଅଟିର ବନ୍ଧୁ ମଧ୍ୟ ଏହି ସମଗ୍ର ବିଷୟକୁ ନିଜ ଫେସବୁକ୍ ପେଜରେ ପୋଷ୍ଟ କରିଥିଲେ ଏବଂ ଧୀରେ ଧୀରେ ଏହି ଘଟଣା ତାଙ୍କ ସାଙ୍ଗମାନଙ୍କ ନିକଟରେ ମଧ୍ୟ ପହଞ୍ଚିଗଲା। ଶେଷରେ ଝିଅର ପରିବାର ନିଷ୍ପତ୍ତି ନେଇଥିଲେ ଯେ ଏମେକା ତାଙ୍କ ମୃତଦେହକୁ ବିବାହ ନକରିବା ପର୍ଯ୍ୟନ୍ତ ତାଙ୍କୁ କ୍ଷମା କରାଯିବ ନାହିଁ। ତେଣୁ ବାଧ୍ୟ ହୋଇ ଏମକା ମୃତଦେହକୁ ବିବାହ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.