ଚୋରି କରିବାକୁ ଯାଇ ଧରାପଡି ଛେଚା ଖାଇଲେ, ଚାଲିଗଲା ଜୀବନ

Published By : Prameya-News7 Bureau | July 19, 2025 IST

ବୈପାରୀଗୁଡା ୧୯।୭: ଚୋରି କରିବାକୁ ଯାଇ ପ୍ରାଣ ହରାଇଲେ l ମୃତକ ବୋରିଗୁମ୍ମା ଥାନା ଅନ୍ତର୍ଗତ କମରା ଗାଁର ଭାରତ ଗଣ୍ଡା l ଘଟଣା ସ୍ଥଳରେ ଜୟପୁର ଏସଡିପିଓ ତଦନ୍ତ କରୁଛନ୍ତି । କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଆଟିଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l 

ସୂଚନାଯୋଗ୍ୟ ଯେ, ଆଟିଗାଁରେ ବ୍ୟବସାୟୀ ସଚିନ୍ଦ୍ର ଗୁପ୍ତାଙ୍କ ଘରେ ରାତି ପ୍ରାୟ ୨ଟା ବେଳେ ୫ ଜଣ  ଦୁର୍ବୃତ୍ତ ଚୋରି କରିବା ଉଦ୍ଦେଶ୍ୟରେ ଯାଇଥିଲେ l ବ୍ୟବସାୟୀଙ୍କ ଘର କବାଟ ତାଡି ଘରେ ପଶି ପରିବାର ଲୋକଙ୍କୁ ଖଣ୍ଡା ଦେଖାଇ ଭୟଭୀତ କରିଥିଲେ l ଆଉ ୧ ଲକ୍ଷ ଟଙ୍କା, ସୁନା ଚେନ ନେବା ପରେ ବ୍ୟବସାୟୀଙ୍କ ସହ ହାତାହାତି ପରିସ୍ଥିତି ଉପୁଜିଥିଲା l ଖବର ପାଇ ଗାଁ ଲୋକେ ପହଞ୍ଚିଥିଲେ l ୪ ଜଣ ଚୋର ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଜଣେ ଚୋର ଧରାପଡିଥିଲା l ଚୋରକୁ ଉତ୍ତମ ମଧ୍ୟମ ଦେବା ପରେ କୁନ୍ଦୁରା ପୋଲିସକୁ ଜିମା ଦେଇଥିଲେ l ପୋଲିସ ଅଭିଯୁକ୍ତଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ l ଚିକିତ୍ସାଧିନ ଅବସ୍ଥାରେ ଚୋରଙ୍କ ମୃତ୍ୟୁ ଘଟିଛି l ମୃତକ ବୋରିଗୁମ୍ମା ଥାନା ଅନ୍ତର୍ଗତ କମରା ଗାଁର ଭାରତ ଗଣ୍ଡା l ଘଟଣାସ୍ଥଳରେ ଜୟପୁର ଏସଡିପିଓ ତଦନ୍ତ କରୁଛନ୍ତି l 

You Can Read:

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.