ରାଜକୋଟ ୨୮।୦୨: ରାଜକୋଟରେ ଅଭାବନୀୟ ଘଟଣା । ପତ୍ନୀକୁ ହତ୍ୟା କଲା ବ୍ୟବସାୟୀ ସ୍ବାମୀ । ମୃତଦେହର ଭିଡିଓ ତିଆରି କରି ସୋସାଇଟି ଗ୍ରୁପରେ କଲେ ସେୟାର । ଘଟଣାଟି ଘଟିଛି ରାଜକୋଟର ନାନା ମାଉଭା ରୋଡର ଅମ୍ବିକା ଟାଉନସିପରେ । ଦମ୍ପତ୍ତି ହେଉଛନ୍ତି ଶାନ୍ତିବନ ନିବାସର ବାସିନ୍ଦା । ପତ୍ନୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ମଙ୍ଗଳବାର ସେୟାର ହୋଇଥିବା ଭିଡିଓରେ ଦେଖିବାକୁ ମିଳିଥିଲା ।
{"id":914827,"width":840,"height":473,"sizeSlug":"full","linkDestination":"none"}ମୃତ ମହିଳା ଜଣକ ହେଉଛନ୍ତି ଅମ୍ବିକା । ତାଙ୍କୁ ତାଙ୍କ ବ୍ୟବସାୟୀ ସ୍ବାମୀ ଗୁରୁପା ଜିରୋଲି ହତ୍ୟା କରିଛନ୍ତି । ଜିରୋଲି ଦାବି କରିଛନ୍ତି ଯେ ଅମ୍ବିକାଙ୍କର ତାଙ୍କ ସାଙ୍ଗ ସହ ଅନୈତିକି ସମ୍ପର୍କ ରହିଥିଲା । ଯେଉଁ କାରଣରୁ ତାଙ୍କୁ ସେ ହତ୍ୟା କରିଛନ୍ତି । ତେବେ ଭିଡିଓ ଭାଇରାଲ ହେବା ମାତ୍ରେ ସକାଳ ୫:୩୦ରେ ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ କରି ସୂଚନା ଦେଇଥିଲେ । ତେବେ ସେ ହତ୍ୟା କରିଥିବା ନେଇ ସ୍ୱୀକାର କରିଛନ୍ତି । ୪୦ ବର୍ଷୀୟ ଏହି ଦମ୍ପତିଙ୍କର ୨ଟି ସନ୍ତାନ ଅଛନ୍ତି । ଗୋଟିଏ ୧୭ ବର୍ଷିୟ ଝିଅ ଏବଂ ୧୦ ବର୍ଷର ପୁଅ ଅଛି ।
{"id":914828,"sizeSlug":"large","linkDestination":"none"}ତେବେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ପୋଲିସର ରିପୋର୍ଟ ଅନୁଯାୟୀ ଜିରୋଲି ରାସ୍ତା ନିର୍ମାଣ ବ୍ୟବସାୟ କରୁଥିଲେ। ଏହି ଦମ୍ପତି ସୋଲାପୁରର ମୂଳ ବାସିନ୍ଦା । ଏମାନେ ୨୦୦୩ରେ ରାଜକୋଟକୁ ସିଫ୍ଟ ହୋଇଥିଲେ । ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ ଦମ୍ପତି ରାତି ପ୍ରାୟ ୨ଟା ବେଳେ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ଜିରୋଲି ତାଙ୍କ ପତ୍ନୀଙ୍କ ମୁଣ୍ଡରେ ଏକ ଭାରୀ ଜିନିଷରେ ଆକ୍ରମଣ କରିଥିଲେ ।
{"id":914829,"sizeSlug":"full","linkDestination":"none"}ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ଜିରୋଲି ହତ୍ୟା କରିବା ପରେ ଭିଡିଓ କରି ଭୁଲ ମାଗିଥିଲେ ଏବଂ ଏହି ଭିଡିଓକୁ ସୋସାଇଟିର ହ୍ବାଟସପ୍ ଗ୍ରୁପରେ ସେୟାର କରିଥିଲେ । ଜିରୋଲି ଭିଡିଓରେ କହିଛନ୍ତି କି ତାଙ୍କ ପତ୍ନୀ ଅମ୍ବିକାଙ୍କର ସାଙ୍ଗ ସହିତ ଅନୈତିକ ସମ୍ପର୍କ ରହିଥିଲା, ସେ ବୁଝାଇବାକୁ ଚେଷ୍ଠା କରିଥିଲେ । କିନ୍ତୁ ସେ ନମାନିବାରୁ ଅମ୍ବିକାଙ୍କୁ ହତ୍ୟା କରିଛନ୍ତି ଜିରୋଲି ।
You Can Read:
wp:embed {"url":"https://www.prameyanews7.com/man-kills-pregnant-wife-inside-atm/","type":"wp-embed","providerNameSlug":"prameya-news-7"} /wp:embed