ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

Published By : Prameya-News7 Bureau | May 27, 2018 IST

ବେତନଟୀ ବଡସାହି ଥାନା କଇଁଛୁଲିଆ ଗାଁର ଅଭାବନୀୟ ଘଟଣା | ମୃତକ ହେଲେ ନିନିମଣୀ ମାହାନ୍ତି | ୬ ବର୍ଷ ପୂର୍ବରୁ ସେ ଡମ୍ବରୁଧର ମାହାନ୍ତଙ୍କୁ ବିବାହ କରିଥିଲେ | ତେବେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା | ୫ଦିନ ହେବ ନିନିମଣୀ ବାପଘରେ ରହୁଥିଲେ | ଗତକାଲି ସନ୍ଧ୍ୟାରେ ଡମ୍ବରୁଧର ନିନିମଣୀଙ୍କୁ ଘରକୁ ନେଇଆସିଥିଲେ |ରାତି ୧୦ ଟା ରେ ହଠାତ ସ୍ୱାମୀ ସ୍ତ୍ରୀର ଦେହ ଖରାପ ନେଇ ଘରଲୋକଙ୍କୁ ଖବର ଦେଇଥିଲେ | ଖବର ପାଇ ନିନିମଣୀଙ୍କ ମା ଓ ଭାଇ ପହଂଚି ତାଙ୍କୁ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ | ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଝିଅକୁ ହତ୍ୟା କରାଯାଇଥିବା ବଡସାହି ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ | ଘଟଣାସ୍ଥଳରେ ବଡସାହି ପୋଲିସ ପହଂଚି ମୃତଦେହ ଜବତ କରିବା ସହ ସ୍ୱାମୀକୁ ଅଟକ ରଖି ପଚରାଉଚୁରା କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.