ସାମାନ୍ୟ ବଚସାରୁ ସ୍ତ୍ରୀକୁ କଟୁରୀରେ ହାଣି ହତ୍ୟା, ଅଭିଯୁକ୍ତ ସ୍ୱାମୀ ଗିରଫ
21/11/2023 at 10:59 AM

ମୋରଡା ୨୧।୧୧: ସ୍ତ୍ରୀକୁ କଟୁରୀରେ ହାଣି ହତ୍ୟା । ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନଳଗଜା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅଭିଯୁକ୍ତ ସ୍ବାମୀ ଗିରଫ ।
ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନଳଗଜା ଗାଁରେ ପାରିବାରିକ କଳହରୁ ସ୍ତ୍ରୀକୁ କଟୁରୀରେ ହାଣି ହତ୍ୟାକଲା ସ୍ୱାମୀ । ନଳଗଜା ଗାଁର ଜିତୁ ଟୁଡୁଙ୍କର ତାଙ୍କ ସ୍ତ୍ରୀ ପାର୍ବତୀ ଟୁଡୁଙ୍କ ସହିତ କୌଣସି କାରଣରୁ ବଚସା ହୋଇଥିଲା । ବଚସା ଉଗ୍ର ରୂପ ନେବା ପରେ ଜିତୁ ଉତ୍କ୍ଷୀପ୍ତ ହୋଇ ଘରେ ଥିବା ଏକ କଟୁରୀ ଆଣି ତାଙ୍କ ସ୍ତ୍ରୀ ପାର୍ବତୀଙ୍କ ବେକ କାଟି ଦେଇଥିଲା । ପରେ ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ସମୟରେ ଗ୍ରାମବାସୀ ଜିତୁକୁ ଅଟକ ରଖି ଏକ ଗଛରେ ବାନ୍ଧି ରଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଜିତୁକୁ ଗିରଫ କରିବା ସହିତ ଶବ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି ।
You Can Read :