oroinfra
maganna
EVOS_WebBanner_728X90
oroinfra
ChampionMaganna_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ
  • ||
  • କେନ୍ଦ୍ର ଉପରେ ବର୍ଷିଲେ ସତ୍ୟପାଲ ମଲିକ୍, କହିଲେ ମୁଁ ଏବେ ସ୍ୱାଧୀନ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩ କୋଭିଡ୍ ପଜିଟିଭ୍
  • ||
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ମେଡିକାଲ୍ ବେଡ୍‌ରେ ଥିବା ସ୍ତ୍ରୀ ର ସାଲାଇନ ବୋତଲରେ ସାୟାନାଇଡ୍‌ ମିଶାଇ ହତ୍ୟା, ମାସେ ପରେ ଧରାପଡିଲା ହତ୍ୟାକାରୀ ସ୍ବାମୀ

9/08/2021 at 10:02 PM

ଗାନ୍ଧିନଗର ୦୯/୦୮ : ମଣିଷ ବେଳେବେଳେ ଏତେ ନିଷ୍ଠୁର ହୋଇଯାଏ ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ଗୁଜୁରାଟର ଅନକ୍ଲେଶ୍ବରରେ  ନୃଶଂସତାର ସବୁ ସୀମା ପାର କରିଛି ଜଣେ ନିଷ୍ଠୁର ସ୍ବାମୀ । ସ୍ବାସ୍ଥ୍ୟ ସମସ୍ୟା ଯୋଗୁଁ ହସ୍ବିଟାଲରେ ଚିକିତ୍ସିତ ହେଉଥିବା ଜଣେ ମହିଳାଙ୍କୁ ହତ୍ୟା କରିଛି ତାଙ୍କ ସ୍ବାମୀ । ହସ୍ବିଟାଲ ବେଡ୍‌ରେ ପଡିଥିବା ବେଳେ ଅଭିଯୁକ୍ତ ସ୍ବାମୀ ଜିଗ୍ନେଶ୍‌ ପଟେଲ ତାଙ୍କ ପତ୍ନୀ ଉର୍ବିଳା ବସବାଙ୍କ ସାଲାଇନ ବୋତଲରେ ସାୟାନାଇଡ୍‌ ମିଶାଇ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ତେବେ ଘଟଣା ପରେ ଅଭିଯୁକ୍ତ ଜିଗ୍ନେଶ୍‌ ଫେରାର ହୋଇଯାଇଥିଲା ।

ତେବେ ଘଟଣାର ମାସେ ପ​‌ରେ ପୋଲିସ ତାକୁ ଗିରଫ କରିବାରେ ସଫଳ ହୋଇଛି । ଘଟଣାକୁ ଜଣାପଡିଛି ଯେ, ଉଭୟଙ୍କ ବିବାହ ୭ ବର୍ଷ ପୂର୍ବରୁ ହୋଇଥିଲା । କିନ୍ତୁ ବିବାହ ପରେ ଉଭୟଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା । ମାସକ ତଳେ ଉର୍ମିଳାଙ୍କର ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ବିଟାଲରେ ଭର୍ତ୍ତି କରାଯାଇଥିଲା । ପୋଷ୍ଟମର୍ଟମ୍ ରିପୋର୍ଟରୁ ସାୟାନାଇଡ୍‌ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଥିଲା । ପରେ ତଦନ୍ତ ବେଳେ ଘଟଣାରେ ଉର୍ମିଳାଙ୍କ ସ୍ବାମୀଙ୍କର ହାତ ଥିବା ଜଣାପଡିଥିଲା ।

ପୋଲିସ କହିବା ମୁତାବକ ଯୋଜନା ବଦ୍ଧ ଭାବେ ଉର୍ମିଳାଙ୍କୁ ହତ୍ୟା କରିଥିଲା ଜିଗ୍ନେଶ୍ । ହସ୍ପିଟାଲ ବେଡ୍‌ରେ ଶୋଇଥିବା ବେଳେ ହତ୍ୟା କରିବାକୁ ସେ ଯୋଜନା କରିଥିଲା । ଉର୍ମିଳାଙ୍କ ଶରୀରରେ ଲଗାଯାଇଥିବା ସାଲାଇନ୍‌ରେ ସାୟାନାଇଡ୍‌ ବଟିକା ଗୁଣ୍ଡ କରି ପାଣିରେ ମିଶାଇ ଏକ ସିରିଞ୍ଜ ସାହାଯ୍ୟରେ ସାଲାଇନ୍‌ରେ ଦେଇଦେଇଥିଲା । ଯାହାଫଳରେ ଉର୍ମିଳାଙ୍କର ମୃତ୍ୟୁ ଘଟିଲା ବୋଲି କହିଛନ୍ତି ତଦନ୍ତ କରୁଥିବା ପୋଲିସ ଅଧିକାରୀ । ଘଟଣା ପରଠାରୁ ଅଭିଯୁକ୍ତ ଜିଗ୍ନେଶ୍‌ ଫେରାର ଥିଲା । ଗତ ଶନିବାର ଦିନ ତାକୁ ପୋଲିସ ଧରିବାରେ ସକ୍ଷମ ହୋଇଛି । ଆଇପିସି ଧାରା ୩୦୨ ଆଧାରରେ ତାକୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

   Related Posts