ଉତ୍ତରପ୍ରଦେଶ ୨୮।୦୨: ଅନୈତିକ ସମ୍ପର୍କ ସନ୍ଦେହରୁ ହତ୍ୟା । ଗର୍ଭବତୀ ପତ୍ନୀଙ୍କୁ ଗୁଳି କରି ହତ୍ୟା କଲା ସ୍ବାମୀ । ନିଜ ସାନ ଭାଇକୁ ଛାଡିଲାନି । ବଡ ଭାଇର ଗୁଳିର ଶିକାର ହୋଇ ଆହାତ ହୋଇଛି ସାନ ଭଇ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ସହରାନପୁରରେ ।
{"id":914808,"width":839,"height":472,"sizeSlug":"full","linkDestination":"none"}ପୋଲିସ ସୂଚନା ମୁତାବକ ମୃତ ମହିଳାଙ୍କ ନାଁ ଜାଫ୍ରା ପରବୀନ । ସେ ମୌହଲ୍ଲା ସରାୟ ମେହଦୀର ବାସିନ୍ଧା । ଜାଫ୍ରାଙ୍କ ବିବାହ ୨୦୧୬ରେ ମହମ୍ମଦ ଜିଶାନଙ୍କ ସହ ହୋଇଥିଲା । ତାଙ୍କର ଏକ ୬ ବର୍ଷର ପୁଅ ମଧ୍ୟ ରହିଛି । ତେବେ ବିଗତ କିଛି ମାସରୁ ପରବୀନ ନିଜ ବାପଘରେ ରହୁଥିଲେ । କିନ୍ତୁ ମଙ୍ଗଳବାର ଦିନ ଜିଶାନ ନିଜ ଶଶୁର ଘରକୁ ଯାଇ ପତ୍ନୀ ପରବୀନଙ୍କୁ ଆଣିଥିଲେ । ସକାଳ ପ୍ରାୟ ୯ଟା ବେଳେ ରାୟବାଳାର ବଜାରର ଏକ ଏଟିଏମକୁ ନେଇ ଯାଇଥିଲେ ।
{"id":914810,"sizeSlug":"full","linkDestination":"none"}ଯେତେବେଳେ ପରବୀନ ଟଙ୍କା ବାହାର କରୁଥିଲେ ସେତେବେଳେ ଜିଶାନ ବନ୍ଦୁକ ବାହାର କରି ପରବୀନର ମୁଣ୍ଡକୁ ଗୁଳି କରିଦେଇଥିଲେ । ପରବୀନ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଏହାପରେ ଜିଶାନ ଘରକୁ ଯାଇ ୨୮ ବର୍ଷିୟ ତାଙ୍କ ଭାଇ ରିହାନକୁ ଗୁଳି ମାରିଥିଲେ । ଆହାତ ଅବସ୍ଥାରେ ରିହାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
{"id":914811,"sizeSlug":"full","linkDestination":"none"}୩୦ ବର୍ଷିୟ ମହିଳା ଜଣଙ୍କୁ ତାଙ୍କ ସ୍ବାମୀ ଏକ ବ୍ୟାଙ୍କ ଏଟିଏମ୍ ଭିତରେ ଗୁଳି ମାରିଥିଲେ । ଏହାପରେ ଅଭିଯୁକ୍ତ ନିଜ ସାନ ଭାଇକୁ ହତ୍ୟା ପାଇଁ ଘରକୁ ଯାଇଥିଲା ଏବଂ ଗୁଳି କରିଥିଲେ । ସାନ ଭାଇ ମୃତ୍ୟୁ ମୁଖରୁ ବଞ୍ଚିଯାଇଥିଲେ । କିନ୍ତୁ ବେକରେ ଗୁଳି ଲାଗିବାରୁ ସେ ଆହାତ ହୋଇଥିଲେ । ଖବର ଅନୁଯାୟୀ ପତ୍ନୀଙ୍କର ଦିଅର ସହିତ ଅନୈତିକ ସମ୍ପର୍କ ଥିବା ନେଇ ସନ୍ଦେହ କରି ଏପରି କାଣ୍ଡ କରିଛନ୍ତି ଯୁବକ । ତେବେ ଅଭିଯୁକ୍ତ ଜିଶାନ ଉପରେ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରିଛି ପୋଲିସ ।
You Can Read:
wp:embed {"url":"https://www.prameyanews7.com/tata-institute-claims-cancer-treatment-only-costs-rs-100/","type":"wp-embed","providerNameSlug":"prameya-news-7"} /wp:embed