ସୁନ୍ଦରଗଡରେ ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ
24/09/2018 at 10:45 AM

ସୁନ୍ଦରଗଡ ୨୪|୯: ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ସୁନ୍ଦରଗଡ ଟିକାୟତପାଲି ଥାନା ଚିକଟନାଲି ଗାଁରେ । ମୃତ ମହିଳା ଜଣକ ହେଲେ ବିନତୀ ଓରାମ । ଘରୋଇ କଳିକୁ କେନ୍ଦ୍ରକରି ସ୍ତ୍ରୀକୁ ସ୍ବାମୀ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ସ୍ବାମୀ ଗାଁଦୁରୁ ଓରାମକୁ ଅଟକ ରଖି ପଚରା ଉଚରା କରୁଛି ।