ପତ୍ନୀ ଏବଂ ପୁଅ-ଝିଅଙ୍କୁ ମାରିବା ପରେ ରଶି ଲଗାଇ ଆତ୍ମହତ୍ୟା କଲେ ଯୁବକ : କାନ୍ଥରେ ଲେଖିଲେ ସୁଇସାଇଡ ନୋଟ୍

Published By : Prameya-News7 Bureau | February 28, 2020 IST

ଗାଜିଆବାଦ ୨୮/୨: ସ୍ବାମୀ-ସ୍ତ୍ରୀଙ୍କ କଳିରୁ ପୂରା ପରିବାର ନିଶ୍ଚିହ୍ନ ହୋଇଗଲା। ଉତ୍ତରପ୍ରଦେଶର ସାହିବାବାଦରେ ଘଟିଛି ଏପରି ଦୁଃଖଦ ଘଟଣା। ଅର୍ଥଲା ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ନିଜ ପତ୍ନୀ ଏବଂ ୨ ପିଲାଙ୍କୁ ହତ୍ୟା କରିବା ପରେ ନିଜେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ସକାଳେ ପୋଲିସକୁ ଏହା ବିଷୟରେ ସୂଚନା ମିଳିଥିଲା। ଏହା ପରେ ପୋଲିସ୍ ଘଟଣାସ୍ଥଳକୁ ପହଞ୍ଚି ଶବକୁ ନିଜ ହେପାଜତରେ ନେଇ ତଦନ୍ତ ଆରମ୍ଭ କରିଛି। ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି। ମୃତ ବ୍ୟକ୍ତିଙ୍କ ନାଁ ଧୀରଜ ବୋଲି ଜଣା ପଡ଼ିଛି। ଘଟଣାସ୍ଥଳରେ ସୁଇସାଇଡ ନୋଟ୍ ମଧ୍ୟ ଦେଖାଯାଇଛି ଯାହା କାନ୍ଥରେ ଲେଖାଯାଇଥିଲା। ପତ୍ନୀଙ୍କ ସହ ମନୋମାଳିନ୍ୟ ଘଟିବାରୁ ସେ ଏହି କାଣ୍ଡ ଘଟାଇଥିବା ଲେଖିଛନ୍ତି।

ମୃତକ ଧୀରଜଙ୍କ ଏକ ବନ୍ଧୁ ତାଙ୍କ ଘରକୁ ପହଞ୍ଚିବାରୁ ଏହି ଘଟଣା ବିଷୟରେ ଜଣା ପଡ଼ିଥିଲା। ତାଙ୍କ ସାଙ୍ଗ ଦଉଡ଼ିରେ ଝୁଲୁଥିବାର ସେ ଦେଖିଥିଲେ। ଏହା ଦେଖି ସେ ତତକ୍ଷଣାତ୍ ପୋଲିସକୁ ଏବିଷୟରେ ସୂଚନା ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଘରର କବାଟ ଖୋଲିଥିଲା। ଧୀରଜଙ୍କ ପତ୍ନୀ ତଳେ ମୃତ ଅବସ୍ଥାରେ ପଡ଼ିଥିଲେ। ଦୁଇ ପିଲାଙ୍କ ଶବ ବିଛଣାରେ ପଡ଼ିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.