ଅଭାବନୀୟ : ଶଯ୍ୟାଶାୟୀ ମା’କୁ ଜୀଅନ୍ତା ପୋଡି ମାରିଲା ପୁଅ

Published By : Prameya-News7 Bureau | July 06, 2019 IST

ପାଟଣାଗଡ ୬|୭:  ବଲାଙ୍ଗିର ଜିଲ୍ଲା ପାଟଣାଗଡ ରାଡବାହଲ ଗାଁରେ ଅଭାବନୀୟ ଘଟଣା ଘଟିଛି । ଶଯ୍ୟାଶାୟୀ ମାଆକୁ ଜୀଅନ୍ତା ଜାଳିଦେଲା ଜହ୍ଲାଦ ପୁଅ । ପାରିବାରିକ କଳହକୁ ନେଇ ଏଭଳି ଉନ୍ମତକାଣ୍ଡ ଘଟାଇଛି ପୁଅ ।

ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ପାଟଣାଗଡ ରାଡବାହଲ ଗାଁରେ ୭୫ବର୍ଷ ବୟସ୍କ ଶଯ୍ୟାଶାୟୀ ମାଆକୁ ଜୀଅନ୍ତା ଜାଳି ମାରିଦେଇଛି ପୁଅ । ପାରିବାରିକ କଳହକୁ କେନ୍ଦ୍ରକରି ପୁଅ ଏଭଳିକରିଥିବା ଜଣାପଡିଛି । ଏଭଳି କାଣ୍ଡ ଘଟାଇବା ପରେ ଫେରାର ହେବାକୁ ଉଦ୍ୟମ କରୁଥିବା ପୁଅକୁ ଧରିଛନ୍ତି ଗ୍ରାମବାସୀ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.