ମାଓବାଦୀଙ୍କ ବର୍ବର କାଣ୍ଡ ; ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଗୁଳି କରି ହତ୍ୟା
5/05/2018 at 9:50 AM

ମାଲକାନଗିରି-ଛତିଶଗଡ ସୀମା କୋଣ୍ଡା ଗାଁରେ ମାଓବାଦୀଙ୍କ ବର୍ବର କାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଗୁଳି କରି ହତ୍ୟା । ମୃତକ ପାଣ୍ଡୁରାଙ୍ଗ ପଡାର ହରିକସା । ଗତକାଲି ରାତିରେ ୧୦ ରୁ ୧୫ ଜଣ ସଶସ୍ତ୍ର ମାଓବାଦୀ ହରିକସାଙ୍କୁ ଘରୁ ଡାକି ନେଇଥିଲେ । ଘରଠୁ କିଛି ଦୂରରେ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତଦେହ ନିକଟରେ ଗୋଟିଏ ହାତଲେଖା ଚିଠି ଓ ମାଓବାଦୀ ପୋଷ୍ଟର ଛାଡି ଯାଇଛନ୍ତି । ଚାଦଗାଓଁ ଏରିଆ କମିଟି ଏହି ଘଟଣା ଘଟାଇଥିବା ଚିଠିରେ ଉଲ୍ଲେଖ ରହିଛି ।