ପୁତୁରାକୁ ଗୁଳି କରି ହତ୍ୟା କଲା ଦାଦା
1/05/2020 at 10:15 PM

କଳାହାଣ୍ଡି, ୦୧|୦୫: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅନ୍ତର୍ଗତ ଡାଲଗୁମାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ବ୍ୟକ୍ତି ନିଜ ପୁତୁରାକୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କିଆପଦର ଗ୍ରାମପଞ୍ଚାୟତର ଡାଲଗୁମା ଗାଁରେ ଏହି ଗୁଳିକାଣ୍ଡ ଘଟିଛି ଗୁଳିକାଣ୍ଡ। ଶତ୍ରୁଘନ ମାଝୀ(୫୪)ନାମକ ଜଣେ ବ୍ୟକ୍ତି ନିଜ ପୁତୁରା ରାଜୋ ମାଝୀ (୧୮)କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି ।ତେବେ ହତ୍ୟାର କାରଣ ଜଣାପଡି ନାହିଁ । ଖବର ପାଇ ଘଟଣାସ୍ଥଳରେ ଥୁଆମୂଳ ରାମପୁର ପୋଲିସ ପହଁଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।
Related Posts
ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ; ଲୁଟିନେଲେ ୫ ଲକ୍ଷ ଟଙ୍କାର ଅଳଙ୍କାର
27 January 2023
ମୁର୍ତ୍ତି ବିସର୍ଜନ ବେଳେ ଅଘଟଣ; ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବକ ମୃତ
27 January 2023