ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଘରକୁ ଫେରୁଥିବା ବେଳେ ଅପହରଣ, ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିଲେ, ଦୁଇଦିନର କଳା କାହାଣୀ ଶୁଣି ଆପଣ ବି ହେବେ ଚକିତ

27/08/2021 at 10:14 PM

ସାନଖେମୁଣ୍ଡି, ୨୭/୦୮: ଜଣେ ଯୁବକଙ୍କୁ ପ୍ରଥମେ ଅପହରଣ ଏବଂ ପରେ ବନ୍ଧୁକ ମୁନରେ ଟଙ୍କା ଆଦାୟ ଭିଳି ଏକ ଘଟଣା ଗଞ୍ଜାମ ଜିଲ୍ଲା ନୂଆଗାଁ ଅଞ୍ଚଳରେ ଘଟିଛି । ପାଟପୁର ଥାନାରେ ଗତ ୧୯ ତାରିଖରେ ହୋଇଥିବା ଅଭିଯୋଗ ଅନୁଯାୟୀ ଗୁପ୍ତ ପ୍ରସାଦ ସାହୁ ନାମକ ଜଗମୋହନପୁରର ଜଣେ ବାସିନ୍ଦା ୧୪ ତାରିଖ ରାତ୍ରି ପ୍ରାୟ ୦୨.୩୦ ଘଣ୍ଟା ସମୟରେ ତାଙ୍କ କାରରେ ଦାମନଯୋଡିରୁ ଆସୁଥିଲେ । ସେ ଅନ୍ୟ ୪ଜଣଙ୍କ ସହିତ ମିଶି ନିଜ ଗ୍ରାମ ଜାଗମୋହନପୁରକୁ ଫେରୁଥିବା ସମୟରେ ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଡାକ ବଙ୍ଗଳା ନିକଟରେ ଚାରିଜଣ ଲୋକ ବନ୍ଧୁକ ଦେଖାଇ ରାସ୍ତା ଉପରେ ତାଙ୍କ ଗାଡିକୁ ଅଟକାଇଲେ ।

ଡ୍ରାଇଭର ଭୟରେ ଗାଡି ରଖିଦେବାରୁ ଦୃର୍ବୁତ୍ତମାନେ ବନ୍ଧୁକ ଦେଖାଇ ଗାଡି ଡ୍ରାଇଭରକୁ ଓଲ୍ଲାଇ ପଛରେ ବସାଇ ଦେଲେ । ଏହାପରେ ଗାଡିରେ ବସିଥିବା ସମସ୍ତ ଲୋକଙ୍କ ମୁହଁରେ କପଡା ଗୁଡାଇ ନିଜେ ଗାଡ଼ି ଚଳାଇ ସେଠାରୁ ଚାଲି ଗଲେ । ତାପରେ ଅଧା ରାସ୍ତାରେ ଗାଡିର ଡ୍ରାଇଭର ଓ ଅନ୍ୟ ଦୁଇ ଜଣଙ୍କୁ କାରରୁ ଓହ୍ଲାଇ ଦେଲେ । ସେମାନେ ଗୁପ୍ତ ପ୍ରସାଦ ସାହୁଙ୍କୁ ମାଡ ମାରି ତାଙ୍କ ପାଖରେ ଥିବା ୦୪ ଗୋଟି ମୋବାଇଲ ସହ ପର୍ସ ନେଇଯାଇଥିଲେ । ଯେଉଁଥିରେ ୪୫୦୦୦  ଟଙ୍କା ଥିଲା । ତାଙ୍କର ସୁନାର ଇନ୍ ମଧ୍ୟ ନେଇଗଲେ ।

ଦୃର୍ବୁତ୍ତମାନେ ତାଙ୍କୁ ଦିଗପହଣ୍ଡି ଆଣି ତାଙ୍କ ମୁଣ୍ଡରେ ବନ୍ଧୁକ ରଖି ସେଠାରେ ଏକ ATM ରୁ ଟଙ୍କା ଉଠାଇବା ପାଇଁ କହିଲେ । ଗୁପ୍ତ ପ୍ରସାଦ ସାହୁ ସେହି ATM ରୁ ୨୦,୦୦୦  ଟଙ୍କା ଉଠାଇ ସେମାନଙ୍କୁ ଦେଲେ । ପରେ ତାଙ୍କୁ ଅନ୍ୟ ଏକ ATMକୁ ନେଇ ଟଙ୍କା ଉଠାଇବା ପାଇଁ କହିଲେ । ସେଠାରେ ଟଙ୍କା ନଉଠିବାରୁ ସେମାନେ Phone pay ରେ ଟଙ୍କା ପଠାଇବା ପାଇଁ ତାଙ୍କୁ କହିଲେ । ଗୁପ୍ତ ପ୍ରସାଦ ସାହୁ ଗୋଟିଏ Phone pay ନମ୍ବରରେ ୪୯୦୦୦ ଟଙ୍କା ପଠାଇଲେ । ସେମାନେ ପୁଣି ତାଙ୍କୁ ଧମକ ଦେଇ ଦଶ ଲକ୍ଷ ଟଙ୍କା ମାଗିବାରୁ ଗୁପ୍ତ ପ୍ରସାଦ ସାହୁ ତାଙ୍କର ଜଣେ ବନ୍ଧୁକୁ କହି ଅନ୍ୟ ଏକ ନମ୍ବରରେ ୩୦୦୦୦ ଟଙ୍କା Phone Pay ରେ ପଠାଇଲେ ।

ଗତ ୧୫ ତାରିଖରେ ଉକ୍ତ ଆସାମୀମାନେ ଗୁପ୍ତ ପ୍ରସାଦ ସାହୁଙ୍କୁ ବ୍ରହ୍ମପୁରର ଏକ ସୁନା ଦୋକାନକୁ ନେଇ ୫୦,୦୦୦ ଟଙ୍କାର ସୁନା କିଣିବା ପାଇଁ କହିଲେ । କିନ୍ତୁ ସେଠାରେ ATM କାର୍ଡ ସ୍ଵାଇପ ନହେବାରୁ ସେମାନେ ତାଙ୍କୁ ସେଠାରୁ ନେଇ ବ୍ରହ୍ମପୁର ହଳଦିଆପଦର ନିକଟରେ ତାଙ୍କ ସିମ୍ କାର୍ଡ ଫେରାଇବା ସହ ୧୦୦୦ ଟଙ୍କା ଦେଇ ସେଠାରେ ଛାଡିଦେଲେ । ତାପରେ ତାଙ୍କର ଜଣେ ସହଯୋଗୀ ତାର କାର୍ ନେଇ ସେଠାକୁ ଆସିବାରୁ ସେମାନେ ତା ସହିତ କାର୍ ରେ ସେଠାରୁ ଚାଲିଗଲେ । ସେମାନେ ଗଲାବେଳେ ଗୁପ୍ତ ପ୍ରସାଦ ସାହୁଙ୍କୁ ଜୀବନରେ ମାରିବା ପାଇଁ ସୁପାରି ନେଇଥିବା କଥା କହିଲେ । କିନ୍ତୁ ତାଙ୍କ ଘରଲୋକଙ୍କ ମୁହଁକୁ ଚାହିଁ ସେମାନେ ତାଙ୍କୁ ଛାଡିଦେଲେ ।

ପରେ ତାଙ୍କ ଅଭିଯୋଗକୁ ଆଧାର କରି ଏକ ମାମଲା ରୁଜୁ କରାଯାଇଥିଲା । ତଦନ୍ତ ସମୟରେ ବିଶେଷ ସୂତ୍ରରୁ ଖବର ପାଇ ପାଞ୍ଚ ଜଣ ଲୋକଙ୍କ ସହ ଏକ ନାବାଳକ କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା।ଗିରଫ ଅଭିଯୁକ୍ତ ମାନେ ହେଲେ ଲଷ୍ମୀକାନ୍ତ ସାହୁ, ଜିତେନ୍ଦ୍ର ପ୍ରଧାନ, ବବୁଲ ପାଇକ,ସାଗର ଗୌଡ଼, କେ.ଚନ୍ଦନ ସୁବୁଦ୍ଧି । ଉକ୍ତ ଆସାମୀ ମାନଙ୍କଠାରୁ ଏକ ଲକ୍ଷ ଏକ ହଜାର ଟଙ୍କା, ଗୋଟିଏ ବନ୍ଧୁକ ଓ ସେମାନେ ବ୍ୟବହୃତ କରୁଥିବା ଗୋଟିଏ Swift Dzire କାର୍ ଓ ଏଭିଏଟୋର ମୋଟର ସାଇକେଲ ଜବତ କରାଯାଇଥିଲା । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଆସିକା ଏସଡିପିଓ ଉମା ସଙ୍କର ସିଂ, ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ  ଏହି ସୂଚନା ଦେଇଛନ୍ତି।

   Related Posts