ଆଈକୁ ଚକ୍‌ମା ଦେଇ ଭୁବନେଶ୍ବର ଷ୍ଟେସନରୁ ୧୨ ବର୍ଷର ନାବାଳିକାକୁ ଅପହରଣ

Published By : Prameya-News7 Bureau | October 20, 2018 IST

ଭୁବନେଶ୍ବର ୨୦|୧୦ : ଭୁବନେଶ୍ବର ରେଲଓ୍ବେ ଷ୍ଟେସନରୁ  ନାବାଳିକାକୁ ଅପହରଣ ଅଭିଯୋଗ ହୋଇଛି ।   ବୁଢି   ଆଈ ମା’   ପାଖରୁ ୧୨ ବର୍ଷର  ନାବାଳିକାକୁ  ଜଣେ ଅଜଣା ଲୋକ ଅପହରଣ କରିନେଇଥିବା ନେଇ   ଜିଆରପି ପୋଲିସରେ ଏତଲା ଦାୟର ହୋଇଛି । ପାରାଦୀପ ଷଣ୍ଡକୁଦ  ଅଞ୍ଚଳରୁ ଆଇ ନାତୁଣୀ   ଟ୍ରେନ୍ ଯୋଗେ ଆସୁଥିବାବେଳ  ଏକ ଅଜଣା ଲୋକ  ଟ୍ରେନ​‌ରେ ତାଙ୍କ ସହ  ଦୋସ୍ତି କରିଥିଲେ ।  ଭୁବ​‌ନେଶ୍ବର ପହଂଚିବା ପରେ  ଅଜଣା  ବ୍ୟକ୍ତି ଜଣକ  ତାଙ୍କ ପାଖରୁ  ନାତୁଣୀକୁ  ନେଇ ପଳାଇଥିବା ଅଭିଯୋଗ କରିଛନ୍ତି । ​ଅଜଣା ବ୍ୟକ୍ତି ଜଣକ  ଠିକଣା  ସ୍ଥାନରେ ପହଂଚାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ  ଭୁବନେଶ୍ବର   ଷ୍ଟେସନରେ ପହଂଚିବା ପରେ ଅଜଣା  ବ୍ୟକ୍ତି  ଜଣକ ନାତୁଣୀକୁ କୁରକୁରେ ଖାଇବାକୁ ଦେବାକୁ  କହି କିଛି ଦୂରକୁ ନେଇଯାଇଥିଲେ । ପରେ ତାଙ୍କର ଆଉ ଦେଖା ଦର୍ଶନ ମିଳିନଥିଲା । ଏନେଇ   ଜିଆରପି ପୋଲିସ ଏତଲା ଦାୟର କରିବା  ପରେ  ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.