ସୁନା ଭାବି ବର୍ଷବର୍ଷ ଧରି ରଖିଥିଲେ ପାଖରେ, ବାହାରିଲା ୪୬୦କୋଟି ବର୍ଷର ପୁରୁଣା ଜିନିଷ !

Published By : Prameya-News7 Bureau | November 29, 2023 IST

ନୂଆଦିଲ୍ଲୀ ୨୯।୧୧: ପ୍ରତ୍ୟେକ ବ୍ୟକ୍ତି ଶୀଘ୍ର ଧନୀ ହେବାକୁ ଚାହାଁନ୍ତି । ଆଉ ଏଥିପାଇଁ ଭାଗ୍ୟରେ କୌଣସି ଜ୍ୟାକପଟ୍‌ ଲାଗିବା ନିଶ୍ଚୟ ଆବଶ୍ୟକ । ଏପରି ଏକ ଜ୍ୟାକପଟ୍‌ ଆଷ୍ଟ୍ରେଲିଆର ଜଣେ ବ୍ୟକ୍ତିଙ୍କର ଲାଗିଛି । ଯଦିଓ ଏହି ଘଟଣା କିଛି ବର୍ଷ ପୂର୍ବର । କିନ୍ତୁ ଏହାର ସତ୍ୟତା ବର୍ତ୍ତମାନ ଜଣାପଡିଛି ।

{"id":876265,"sizeSlug":"full","linkDestination":"none"}

ବାସ୍ତବରେ ଅଷ୍ଟ୍ରେଲିଆରେ ରହୁଥିବା ଜଣେ ବ୍ୟକ୍ତି ଏକ ପଥର ପାଇଥିଲେ । ଯାହାକୁ ସେ ସୁନା ବୋଲି ଭାବି ବର୍ଷ ବର୍ଷ ଧରି ସୁରକ୍ଷିତ ଭାବେ ପାଖରେ ରଖିଥିଲେ ।  କିନ୍ତୁ ଯେତେବେଳେ ସେହି ପଥରର ସତ ସାମ୍ନାକୁ ଆସିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଏହି ପଥର ସୁନାଠାରୁ ବି ଅଧିକ ମୂଲ୍ୟବାନ । ଏହି ପଥରଟି ଥିଲା ୪୬୦ କୋଟି ବର୍ଷ ପୁରୁଣା ।

{"id":876266,"sizeSlug":"full","linkDestination":"none"}

ପଥର ପାଇଥିବା ବ୍ୟକ୍ତିଙ୍କର ନାଁ ହେଉଛି ଡେଭିଡ ହୋଲ । ସେ ଅଷ୍ଟ୍ରେଲିଆ ମେଲବୋର୍ଣ୍ଣର ବାସିନ୍ଦା । ୨୦୧୫ ମସିହାରେ ମେଲବୋର୍ଣ୍ଣର ମେରିବୋରୋ ଆଞ୍ଚଳିକ ପାର୍କରେ ଏକ ଧାତୁ ଡିଟେକ୍ଟର ନେଇ ଅନୁସନ୍ଧାନ କରୁଥିଲେ ।  ସେତେବେଳେ ସେ ଏକ ଲାଲ ରଙ୍ଗର ଧାତୁ ପାଇଥିଲେ। ଯେଉଁଥିରେ ହଳଦିଆ ରଙ୍ଗର କିଛି ଚିହ୍ନ ରହିଥିଲା । ସେ ଏହାକୁ ସୁନାରେ ନିର୍ମିତ ଏକ ପଥର ଭାବିଥିଲେ ।  କାରଣ ଏହି ପଥରଟି ଯେଉଁ ସ୍ଥାନରୁ ମିଳିଥିଲା ​​ତାହା ଉନବିଂଶ ଶତାବ୍ଦୀରେ ଏକ ବିରାଟ ସୁନା ଖଣି ଥିଲା ।

{"id":876267,"sizeSlug":"full","linkDestination":"none"}

ସେ ଏହାକୁ ସାଙ୍ଗରେ ନେଇ ଘରକୁ ଯାଇଥିଲେ ଏବଂ ବିଭିନ୍ନ ଜିନିଷରେ ଏହି ପଥରକୁ  କାଟିବାକୁ ଚେଷ୍ଟା କରିଥିଲେ । ହାତୁଡ଼ିରେ ପିଟିବା ସହ ସେ ପଥର ଉପରେ ଏସିଡ୍ ଢାଳିଥିଲେ । କିନ୍ତୁ ପଥର ଉପରେ କୌଣସି ପ୍ରଭାବ ପଡି ନଥିଲା। ଏହାପରେ ସେ ଏହି ପଥରକୁ ଛାଡ଼ି ଦେଇଥିଲେ ।

{"id":876268,"width":837,"height":628,"sizeSlug":"full","linkDestination":"none"}

କିନ୍ତୁ କିଛି ବର୍ଷ ପରେ ଅର୍ଥାତ୍ ୨୦୧୯ରେ ଜାଣିବାକୁ ପାଇଲେ ଯେ ପଥରଟି ପ୍ରକୃତରେ ଏକ ଉଲକାପିଣ୍ଡ । ଯାହା ମହାକାଶରୁ ପୃଥିବୀ ଉପରେ ପଡିଥିଲା । ସେ ଏହି ପଥରକୁ ମେଲବୋର୍ଣ୍ଣ ସଂଗ୍ରହାଳୟକୁ ନେଇ ଯାଇଥିଲେ । ଯେଉଁଠାରେ ଭୂବିଜ୍ଞାନୀ ଡର୍ମୋଟ ହେନେରୀ କହିଥିଲେ ଯେ ଦ୍ୱିତୀୟ ଥର ପାଇଁ ସେ ଏହି ପଥର ଦେଖିଛନ୍ତି । ଯାହା ପ୍ରକୃତରେ ଏକ ଉଲକ୍କାପିଣ୍ଡ ।

{"id":876271,"sizeSlug":"large","linkDestination":"none"}

ତେବେ ଏହି ପଥରର ନାଁ ମେରିବୋରୋ ରଖାଯାଇଛି । ରିସର୍ଚ୍ଚଙ୍କ ପକ୍ଷରୁ କୁହାଯାଇଛି କି ଏହି ପଥର ୪୬୦ ବର୍ଷ ପୁରୁଣା । ଏହାର ଓଜନ ୧୭ କିଲୋଗ୍ରାମ । ଏହି ପଥରରେ  ଲୁହାର ପରିମାଣ ବହୁତ ଅଧିକ ରହିଛି । ହେନେରୀ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ଉଲକ୍କାପିଣ୍ଡ ସାହାଯ୍ୟରେ ମହାକାଶ ସହ ଜଡିତ ଅନେକ ରହସ୍ୟର ଖୁଲାସା ହୋଇପାରିବ ଏବଂ ଅତୀତ ଯୁଗ ବିଷୟରେ ଅନେକ କିଛି ଜାଣିହେବ । ଆଉ ଏହି କାରଣରୁ ହିଁ ପଥରଟି ସୁନାଠାରୁ ଅଧିକ ମୂଲ୍ୟବାନ ।

You Can Read:

wp:embed {"url":"https://www.prameyanews7.com/white-smoke-trailing-behind-an-airplane-or-rocket-called-contrails/","type":"wp-embed","providerNameSlug":"prameya-news-7"}
https://www.prameyanews7.com/white-smoke-trailing-behind-an-airplane-or-rocket-called-contrails/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.