ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ : କଟୁରୀ ଚୋଟରେ ଜଣେ ଗୁରୁତର, ଆକ୍ରମଣକାରୀ ଫେରାର
27/09/2020 at 3:08 PM

ଢେଙ୍କାନାଳ ୨୭।୯: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ । କଟୁରୀ ଚୋଟରେ ଜଣେ ଗୁରୁତର । ଢେଙ୍କାନାଳ ଜିଲ୍ଲା ଗୋବିନ୍ଦପୁର ତଲବରକୋଟ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ତଲବରକୋଟ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ ହୋଇଛି । କଟୁରୀ ଚୋଟରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଜଣଙ୍କ ତାଳବରକୋଟ ଗ୍ରାମର ବାଳକୃଷ୍ଣ ରାଉତ ବୋଲି ଜଣାପଡିଛି । ତାଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବାଳକୃଷ୍ଣଙ୍କ ହାତ ଓ କାନ୍ଧରେ ଆଘାତ ଲାଗିଛି । ଏହି ଘଟଣାରେ ମାମଲା ରୁଜୁ କରି ଗୋବିନ୍ଦପୁର ଫାଣ୍ଡି ପୋଲିସ ତଦନ୍ତ ଆରମ୍ଭ କରିଛି । ସେପଟେ ଅଭିଯୁକ୍ତ ଫେରାର ହୋଇଯାଇଛି ।