ଭିଣୋଇଙ୍କ ଶାଳକ ପ୍ରୀତି ହେଲା ମହଙ୍ଗା, ଧରିନେଲା ପୋଲିସ : ଶାଳକଙ୍କୁ ୩ୟ ଥର ବିବାହ କରାଇଥିବା ଅଭିଯୋଗ
3/03/2020 at 11:42 AM

ଆଠଗଡ ୩।୩: ଶାଳକର ତୃତୀୟ ବିବାହ କରାଇ ଭିଣୋଇ ଥାନାରେ ଅଟକ । କଟକ ଜିଲ୍ଲା ଗୁରୁଡିଝାଟିଆ ଥାନା ମାଣିଆବନ୍ଧ କଙ୍କଡାଯୋଡି ଗାଁରେ ଘଟିଛି ଏଭଳି ଘଟଣା ।

ସୂଚନାଯୋଗ୍ୟ ଯେ, ଅରବିନ୍ଦ ସାହୁ ଆଗରୁ ଦୁଇଟି ବିବାହ କରିଥିବା ବେଳେ ଏବେ ପୁଣି ଥରେ ବୌଦ୍ଧ ଜିଲ୍ଲାର ବଢିଗାଁରେ ବିବାହ କରିଛନ୍ତି । ଗତ ଫେବୃଆରୀ ୨୮ ତାରିଖରେ ଭିଣୋଇ ସନ୍ତୋଷ ସାହୁ ଅରବିନ୍ଦଙ୍କୁ ନିଜ ଭାଇ କହି ବିବାହ କରାଇ ଦେଇଥିଲେ । ତେବେ ଅରବିନ୍ଦ ଆଗରୁ ଦୁଇ ଜଣକୁ ବିବାହ କରିଥିବା ଖବର ଜାଣିବା ପରେ ନବବିବାହିତା ନିଜ ଘର ଲୋକଙ୍କୁ ଜଣାଇଥିଲେ ।

ଏହାପରେ ଅରବିନ୍ଦ ଫେରାର ହୋଇଯାଇଛନ୍ତି । ଏପଟେ ଝିଅ ଘର ଲୋକ ଗୁରୁଡିଝାଟିଆ ଥାନାରେ ଏତଲା ଦେଇଛନ୍ତି । ପୋଲିସ ନବବିବାହିତାକୁ ଉଦ୍ଧାର କରିବା ସହ ଯୌତୁକ ଜିନିଷ ଜବତ କରିଛି । ଭିଣୋଇ ସନ୍ତୋଷ ସାହୁକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
Related Posts
ରାତି ୧୨ପରେ ବୁଲୁଛି ମୋଟର ସାଇକେଲ, ସିସିଟିଭିରେ ଭିଜୁଆଲ କଏଦ
6 February 2023
ଖାଇବା ବେଳେ ବଚସା, ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ବୋମାମାଡ଼
6 February 2023
ଟ୍ରକକୁ ପଛ ପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ, ୩ ଆହତ
5 February 2023