ଘାରୁଛି ଫେମସ୍ ନିଶା; ଯୁବତୀଙ୍କୁ ବସାଇ ରାସ୍ତା ମଝିରେ ଷ୍ଟଣ୍ଟ କରିବା ପଡିଲା ମହଙ୍ଗା, ବାନ୍ଧିଲା ପୋଲିସ

Published By : Prameya-News7 Bureau | April 03, 2023 IST

ମୁମ୍ବାଇ ୦୩।୦୪; ଆଜିକାଲି ସମସ୍ତଙ୍କୁ ଘାରୁଛି ଫେମସ୍ ହେବାର ନିଶା । କିଛି ଲୋକଙ୍କ ମଧ୍ୟରେ ଏହାର କ୍ରେଜ୍ ଏତେ ବଢ଼ିଯାଇଛି ଯେ ଏମାନେ ନିଜ ଜୀବନକୁ ବିପଦରେ ପକାଇବାକୁ ପଛାନ୍ତି ନାହିଁ ।  ସେଭଳି ଏକ ଭିଡିଓ ନିକଟରେ ସାମ୍ନାକୁ ଆସିଛି । ଯାହା ସୋସିଆଲ୍ ମିଡିଆରେ ହେଉଛି ବେଶ୍ ଭାଇରାଲ୍ । ଭିଡିଓରେ ଦେଖିବାକୁ ମିଳିଛି ଯେ ରାସ୍ତାରେ ଏକ ବାଇକକୁ ସ୍ପିଡରେ ଚଲାଉଛନ୍ତି ଜଣେ ଯୁବକ । ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ସେ ବାଇକର ଆଗରେ ଏବଂ ପଛରେ ବସାଇଛନ୍ତି ୨ ଜଣ ଯୁବତୀଙ୍କୁ ।  ୨ ଯୁବତୀଙ୍କୁ ବସାଇ ଯୁବକ ଜଣକ ସ୍ପିଡରେ ବାଇକ ଚଳାଇବା ସହ କରୁଛନ୍ତି ଷ୍ଟଣ୍ଟ ।

{"id":767362,"sizeSlug":"full","linkDestination":"none"}
dangerous stunt

ଭିଡିଓରେ ଆହୁରି ମଧ୍ୟ ଦେଖିବାକୁ ମିଳୁଛି ଯେ ଯୁବକ ଜଣକ ବାଇକକୁ ଉପରକୁ ଉଠାଇ ପୁରା ସ୍ପିଡରେ ଚଳାଉଛନ୍ତି । ଏମିତିକି ସମସ୍ତଙ୍କ ଜୀବନ ବିପଦରେ ଥିବା ବେଳେ ବି ଏହାକୁ ଖାତିର ନକରି କରୁଛନ୍ତି ଷ୍ଟଣ୍ଟ । ତେବେ ଏହି ଯୁବତୀ ମଧ୍ୟ କିଛି କମ୍ ନୁହଁନ୍ତି । ଏଥିରୁ ଜଣେ ପବନରେ ହାତ ବୁଲାଉଥିବାର ନଜର ଆସୁଛନ୍ତି ।  

wp:html /wp:html

ତେବେ ରୋଡରେ ଷ୍ଟଣ୍ଟ କରିବା ଯୁବକଙ୍କୁ ପଡିଛି ମହଙ୍ଗା । ଭିଡିଓ ଭାଇରାଲ୍ ହେବା ମାତ୍ରେ ତାଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ମୁମ୍ବାଇ ପୋଲିସ । ପୋଲିସ ସୂଚନା ଅନୁଯାୟୀ, ଯୁବକ ଜଣକ ହେଉଛନ୍ତି ଫାୟାଜ କାଦ୍ରି । ସେ ହିଁ ବାଇକରେ ଷ୍ଟଣ୍ଟ କରୁଥିଲେ ।  ବାଇକର ରେଜିଷ୍ଟ୍ରେସନ ନମ୍ବର ଆଧାରରେ ଅଭିଯୁକ୍ତ ଫାୟାଜଙ୍କୁ କରାଯାଇଛି ଗିରଫ ।  ତେବେ ଭାଇରାଲ୍ ହେଉଥିବା ଏହି ଭିଡିଓଟି ଡିସେମ୍ବର ୨୦୨୨ର ବୋଲି ଜଣାପଡିଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.