ଗୋଡରେ ନେଲେ କରୋନା ଟୀକା, କେରଳର ଏହି ଚର୍ଚ୍ଚିତ ଯୁବକ କାହିଁକି ଏମିତି କଲେ...

Published By : Prameya-News7 Bureau | July 27, 2021 IST

ଥିରୁଅନନ୍ତପୁରମ ୨୭/୦୭ : କେରଳରେ ଟୀକାକରଣ ମାମଲାର ଏକ ଅଜବ ଓ ନିଆରା ମାମଲା ସାମ୍ନାକୁ ଆସିଛି। ସମ୍ଭବତଃ ଏହା ଦୁନିଆର ପ୍ରଥମ ମାମଲା। ବିନା ହାତରେ ଜନ୍ମ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଗୋଡରେ କରୋନା ଟୀକା ଦିଆଯାଇଛି। ଜନ୍ମରୁ ହାତ ନଥିବା ୨୨ ବର୍ଷୀୟ ଯୁବକ, ଦୁନିଆର ପ୍ରଥମ ଦୁର୍ଲଭ ମାମଲା ଯାହାକୁ କରୋନା ଭ୍ୟାକସିନ ଗୋଡରେ ଦିଆଯାଇଛି।

ଅଲାଥୁରରେ ରହୁଥିବା ପ୍ରଣବ ବାଲସୁବ୍ରମଣ୍ୟମ ଜନ୍ମ ହେବାବେଳେ ତାଙ୍କର ଦୁଇଟି ହାତ ନଥିଲା। ଶାରୀରିକ ବାଧା ସତ୍ତ୍ୱେ ତାଙ୍କୁ କରୋନା ଟୀକା ଦିଆଯାଇଛି। ଏହା ପୂର୍ବରୁ ପାଲକ୍କାଡ ଜିଲ୍ଲାରେ ଟୀକାକରଣ କେନ୍ଦ୍ରରେ ଅଜବ ସ୍ଥିତି ସୃଷ୍ଟି ହୋଇଥିଲା। ପ୍ରଣବ ଯେତେବେଳେ ନିଜ ସାଇକଲରେ ଆସି ଟୀକାକରଣ କେନ୍ଦ୍ରରେ ପହଞ୍ଚିଥିଲେ ଓ ଅଧିକାରୀଙ୍କୁ ଅନୁମତି ମାଗିଥିଲେ, ଟୀକାକରଣ କେନ୍ଦ୍ରର ସ୍ୱାସ୍ଥ୍ୟ କର୍ମୀ ତାଙ୍କୁ ଦେଖି ଚିନ୍ତାରେ ପଡିଗଲେ ଯେ ତାଙ୍କୁ କିଭଳି ଟୀକା ଦିଆଯିବ।

ସ୍ୱାସ୍ଥ୍ୟ ବିଭାଗରୁ ମଞ୍ଜୁରୀ ମିଳିବା ପରେ ସ୍ୱାସ୍ଥ୍ୟ କର୍ମୀ ପ୍ରଣବଙ୍କ ଗୋଡରେ ଟୀକା ଦେଇଥିଲେ। ତେବେ ପ୍ରଣବ ଚର୍ଚ୍ଚାକୁ ଆସିଥିବା ଏହା ପ୍ରଥମ ମାମଲା ନୁହେଁ। ଏହା ପୂର୍ବରୁ ୨୦୧୯ରେ ନିଜର ୨୧ ତମ ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ ସହ ସେଲ୍ଫି ନେଇ ଚର୍ଚ୍ଚାକୁ ଆସିଥିଲେ। ସେତେବେଳେ ସେ ନିଜ ଜମା କରିଥିବା ଟଙ୍କାରୁ ବନ୍ୟା ପୀଡିତଙ୍କ ସହାୟତା ପାଇଁ ୫ ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେଇଥିଲେ।

ପ୍ରଣବ ବାଲସୁବ୍ରମଣ୍ୟମ ପେସାରେ ଜଣେ କଳାକାର। ସେ ନିଜ କଳାକୃତି ଓ ପେଣ୍ଟିଙ୍ଗ ବିକ୍ରି କରି ଜୀବନ ଜୀବିକା ଚଳାନ୍ତି | ସେ ବାଣିଜ୍ୟରେ ସ୍ନାତକ କରିଛନ୍ତି। କାର ଚଲାଇବା ପାଇଁ ଲାଇସେନ୍ସ ହାସଲ କରିବା ତାଙ୍କ ସ୍ବପ୍ନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.