ସାତ ଜନ୍ମର ସାଥି ହେବ ବୋଲି କଥା ଦେଇଥିଲା, କିନ୍ତୁ ସ୍ତ୍ରୀକୁ ଛୁରି ଭୁସି କଲା ହତ୍ୟା

Published By : Prameya-News7 Bureau | December 11, 2020 IST

ପୁଣେ, ୧୧/୧୨:    ସ୍ୱାମୀ ସାଜିଲା ସଇତାନ । ସାତ ଜନ୍ମକୁ ସାକ୍ଷୀ ରଖି ବିବାହ କରିଥିବା ପତ୍ନୀଙ୍କୁ ନିର୍ମମ ଭାବେ ଭୁସିଲା ଛୁରୀ । ଏପରି ସାଙ୍ଘାତିକ ଘଟଣା ଘଟିଛି ପୁଣେର କୋଥରୁଡ ଅଞ୍ଚଳରେ । ପୋଲିସ ସୂଚନା ପାଇ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତକୁ ଧରିବାକୁ ପ୍ରୟାସ ଆରମ୍ଭ କରିଛି ।

ପୋଲିସର କହିବାନୁସାରେ, ଛୁରାମାଡରେ ପ୍ରାଣ ହରାଇଥିବା ମହିଳା ୪୩ ବର୍ଷର ହୋଇଥିବା ବେଳେ ଅଭିଯୁକ୍ତ ସ୍ୱାମୀ ହେଉଛନ୍ତି ୫୦ ବର୍ଷୀୟ ରବିକୁମାର ପୋଟେ । ମହିଳାଜଣଙ୍କ କୋଥରୁଡର ଏକ ହସ୍ପିଟାଲର ରିସେପ୍ସନିଷ୍ଟ୍ ଭାବେ କାମ କରନ୍ତି । ହଠାତ ଗୁରୁବାର ରବିକୁମାର ମହିଳା କାମ କରୁଥିବା ହସ୍ପିଟାଲକୁ ଆସିଥିଲେ । କେହି କିଛି ବୁଝିବା ଆଗରୁ ସେ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ ।  ଏହାପରେ ରବିକୁମାର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି କର୍ମଚାରୀମାନେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ସେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଥିଲେ । ପାରିବାରକ କଳହରୁ ଏପରି କାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି । ଆଇପିସି ଧାରା ୩୦୨ରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.