ନବଜାତ କନ୍ୟା ସନ୍ତାନକୁ ମାରିବାକୁ ଉଦ୍ୟମ, ପ୍ରତିବାଦ କରିବାରୁ ଶ୍ବଶୁରଙ୍କୁ ଗୋଡାଇ ଗୋଡାଇ ପିଟିଲେ
21/11/2023 at 4:26 PM

ବାଙ୍କୀ ୨୧।୧୧: କନ୍ୟା ସନ୍ତାନ ଜନ୍ମ ହେଲା କାହିଁକି ବୋଲି ଶ୍ବଶୁର ଘରେ ଜ୍ବାଇଁଙ୍କ ଉନ୍ମୁତକାଣ୍ଡ । ରାତିରେ ନିଜ କନ୍ୟା ସନ୍ତାନକୁ ଜୀବନରୁ ମାରିଦେବାକୁ ଉଦ୍ୟମ । ଶ୍ବଶୁର ପ୍ରତିବାଦ କରିବାରୁ ଜ୍ବାଇଁ ଶ୍ବଶୁରଙ୍କୁ ଗୋଡ଼ାଇ ଗୋଡ଼ାଇ ଶାବଳରେ ମୁଣ୍ଡକୁ ପିଟି ପିଟି ଲହୁ ଲୁହାଣ କରିଥିବା ଅଭିଯୋଗ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ବ୍ଲକ୍ ବୈଦେଶ୍ୱର ଥାନା ଅନ୍ତର୍ଗତ ବଳଭଦ୍ରପୁର ପଞ୍ଚାୟତର ଗୋପୀନାଥପୁର ଗ୍ରାମରେ ।
ସୂଚନାଯୋଗ୍ୟ ଯେ, ଗୋପୀନାଥପୁର ଗ୍ରାମର ନିତ୍ୟାନନ୍ଦ କରଙ୍କ ବଡ଼ ଝିଅ ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଅନ୍ତର୍ଗତ ବାଲିଆପଟା ଗ୍ରାମର ମାନସ କରଙ୍କୁ ୧୦ ବର୍ଷ ତଳେ ବିବାହ କରିଥିଲେ । ମାନସଙ୍କର ଗୋଟିଏ ୮ ବର୍ଷର ପୁଅ ଅଛି । ଦ୍ୱିତୀୟ ପ୍ରସବ ପାଇଁ ସ୍ତ୍ରୀ ବାଙ୍କୀ ଗୋପୀନାଥପୁର ଶ୍ବଶୁର ଘରେ ରହୁଥିଲେ । ଗତ ସପ୍ତାହ ତଳେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି । କାହିଁକି କନ୍ୟା ସନ୍ତାନ ଜନ୍ମ ହେଲା ତାକୁ ଜୀବନରୁ ମାରିଦେବାକୁ ଭାବି ଶ୍ୱଶୁର ଘର ବୈଦେଶ୍ୱର ଥାନା ଗୋପୀନାଥପୁର ଗ୍ରାମରେ ସନ୍ଧ୍ୟାରେ ପହଞ୍ଚି ସମସ୍ତଙ୍କୁ ଗାଳିଗୁଲଜ କରୁଥିଲେ । କିଭଳି ମାରିବେ ସେନେଇ ଛକି ରହି ରାତିରେ ମାରିବାକୁ ଉଦ୍ୟମ କରୁଥିବା ବେଳେ ଶାଶୁ ଓ ଶ୍ବଶୁର ବିରୋଧ କରିବାରୁ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଧାରୁଆ ଅସ୍ତ୍ର ଓ ଶାବଳରେ ଶ୍ବଶୁରଙ୍କୁ ଗୋଡ଼ାଇ ଗୋଡ଼ାଇ ତଳେ ପକାଇ ମୁଣ୍ଡକୁ ପିଟି ରକ୍ତାକ୍ତ କରି ପକାଇ ଥିଲେ । ଚିତ୍କାର କରିବାରୁ ଗ୍ରାମବାସୀମାନେ ପହଞ୍ଚି ଅଭିଯୁକ୍ତ ଜ୍ବାଇଁ ମାନସ କରଙ୍କୁ କାବୁ କରି ଅଟକ ରଖି ପୋଲିସ ଜିମା ଦେଇଛନ୍ତି । ସେପଟେ ଶ୍ବଶୁର ନିତ୍ୟାନନ୍ଦ କରକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୈଦେଶ୍ୱର ପୋଲିସ ଜ୍ବାଇଁ ମାନସକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।
You Can Read :