ସାମାନ୍ୟ ବଚସାରୁ ମରଣାନ୍ତକ ଆକ୍ରମଣ: ମାଡ଼ ମାରିବା ସହ ହାତ ହାଣିଦେଲେ
27/11/2022 at 8:42 PM

ଭଦ୍ରକ: ସାମାନ୍ୟ ବଚସାରୁ ହାତ ହାଣିଦେଲେ। ଭଦ୍ରକ ଜିଲ୍ଲା ରାଣିତାଲରେ ଏଭଳି ଘଟଣା ସାମ୍ନାକୁ ଆସିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ଅନୁମାନ କରିଛି ପୁଲିସ। ଖବର ଅନୁସାରେ, ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଣୀତାଲରୁ ଅମୂଲ୍ୟ ବେହେରାଙ୍କ କୁକୁଡ଼ା ଦୋକାନ ପାଖରେ ଅନ୍ୟ ଦୁଇଜଣଙ୍କର ଦୋକାନ ଥିଲା। ଏହି ଦୁଇଜଣଙ୍କ ସହିତ ଅମୂଲ୍ୟଙ୍କର କୌଣସି କାରଣକୁ ନେଇ ବଚସା ହୋଇଥିଲା। ଝଗଡ଼ା ଏତେ ବଢ଼ିଯାଇଥିଲା ଯେ ଦୁଇ ଦୋକାନୀ ଆମୂଲ୍ୟଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ।
ଜଣେ ଅମୂଲ୍ୟଙ୍କ ହାତକୁ ଧରି ଥିବା ବେଳେ ଅନ୍ୟ ଜଣେ ତାଙ୍କର ଏକ ହାତକୁ ହାଣିଦେଇଥିଲେ। ଖବର ପାଇ ସ୍ଥାନୀୟ ଲୋକେ ଜଣକୁ କାବୁ କରି ପୁଲିସ ଯିମା ଦେଇଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଅମୂଲ୍ୟଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।