scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବନ୍ଦେ ଭାରତ ଟ୍ରେନ୍‌ର ଶୌଚାଳୟ ବ୍ୟବହାର କଲେ ବ୍ୟକ୍ତି, ପାଣିରେ ପକାଇଲେ ୬ ହଜାର ଟଙ୍କା…

20/07/2023 at 10:54 PM

ନୂଆଦିଲ୍ଲୀ, ୨୦/୦୭: ଭାବନ୍ତୁତ’ ଆପଣ ବାହାରେ ଅଛନ୍ତି… ହଠାତ୍‌ ଆପଣଙ୍କୁ ପରିସ୍ରା ଯିବାର ଆବଶ୍ୟକତା ପଡ଼େ। ତରବରରେ ଆପଣ ପାଖରେ ଥିବା କୌଣସି ଶୌଚାଳୟର ବ୍ୟବହାର କରିନେଉଛନ୍ତି। କିନ୍ତୁ, ଯଦି ଏହି ଶୌଚାଳୟ ବ୍ୟବହାର କରିବା ମୂଲ୍ୟ ୬ ହଜାର ପଡ଼େ… ତେବେ ଆପଣ କ’ଣ କରିବେ ? କଥାଟା କିଛି ଅଖାଡ଼ୁଆ ଲାଗୁଛି ନା… ପ୍ରକୃତରେ ଏଭଳି କିଛି ଘଟଣା ଘଟିଛି ମଧ୍ୟପ୍ରଦେଶର ଜ​‌ଣେ ବ୍ୟକ୍ତିଙ୍କ ସହ । ବ୍ୟକ୍ତି ଜଣକ ବନ୍ଦେ ଭାରତ ଟ୍ରେନ୍‌ର ଶୌଚାଳୟ ବ୍ୟବହାର କରି ପ୍ରାୟ ୬୦୦୦ ହଜାର ଟଙ୍କା ପାଣିରେ ପକାଇଛନ୍ତି।

ଘଟଣାଥିଲା କିଛି ଏମିତି, ଜୁଲାଇ ୧୫ ତାରିଖରେ ମଧ୍ୟପ୍ରଦେଶର ଶିଙ୍ଗରୌଲୀ ଅବଦୁଲ କାଦିର ନାମକ ଜଣେ ବ୍ୟକ୍ତି ହାଇଦ୍ରାବାଦରୁ ନିଜ ଘରକୁ ଟ୍ରେନ୍‌ରେ ଫେରୁଥିଲେ। ସାଥୀରେ ତାଙ୍କ ପତ୍ନୀ ଏବଂ ଆଠ ବର୍ଷର ପୁତ୍ର ସନ୍ତାନ ମଧ୍ୟ ରହିଥିଲେ। ଟ୍ରେନ୍‌ ସନ୍ଧ୍ୟା ୫ଟା ୨୦ରେ ଭୋପାଳ ଷ୍ଟେସନରେ ଲାଗିଥିଲା। ଏଠାରୁ ଅବଦୁଲ ଏବଂ ତାଙ୍କ ପରିବାରକୁ ଅନ୍ୟ ଏକ ଟ୍ରେନ୍‌ରେ ଶିଙ୍ଗରୌଲୀ ଯିବାର ଥିଲା। ଶିଙ୍ଗରୌଲୀ ପାଇଁ ଟ୍ରେନ୍ ସମୟ ଥିଲା ରାତି ୮ଟା ୫୫।

ଟ୍ରେନ୍‌ ଆସିବାକୁ ସମୟ ଥିବାରୁ ଭୋପାଳ ରେଲଓ୍ବେ ଷ୍ଟେସନରେ ନିଜ ପରିବାର ସହ ଅପେକ୍ଷା କରିଥିଲେ ଅବଦୁଲ। ତେବେ ଟ୍ରେନକୁ ଅପେକ୍ଷା କରିଥିବା ସମୟରେ ଅବଦୁଲଙ୍କୁ ଜୋର୍‌ରେ ପରିସ୍ରା ଅନୁଭୂତ ହୋଇଥିଲା। ଆଉ ତରତର ହୋଇ ସେ ଷ୍ଟେସନରେ, ଇନ୍ଦୋର ଯିବାକୁ ଛିଡ଼ା ହୋଇଥିବା ବନ୍ଦେ ଭାରତ ଟ୍ରେନ୍‌ରେ ଚଢ଼ିଯାଇଥିଲେ ଆଉ ତାହାର ଶୌଚାଳୟ ବ୍ୟବହାର କରିଥିଲେ। କିନ୍ତୁ ପରିସ୍ରା କରିସାରିବା ପରେ ସେ ଜାଣିବାକୁ ପାଇଥିଲେ ଟ୍ରେନ୍ ଛାଡ଼ି ସାରିଛି।

କାଳବିଳମ୍ବ ନକରି ଅବଦୁଲ ଟ୍ରେନ୍‌ ଅଟକାଇବାକୁ ଟିଟି ଠାରୁ ଆରମ୍ଭ କରି ପୋଲିସ୍‌ ଅଧିକାରୀଙ୍କୁ ବନ୍ଦେ ଭାରତର ଡୋର୍‌ ଖୋଲିବାକୁ ଅନୁରୋଧ କରିଥିଲେ। କିନ୍ତୁ ସେମାନେ ଡୋର୍‌ ଖୋଲିପାରିବେ ନାହିଁ ବୋଲି ମନା କରିଦେଇଥିଲେ ଏବଂ କେବଳ ଡ୍ରାଇଭରହିଁ ଡୋର୍‌ ଖୋଲିପାରିବେ ବୋଲି କହିଥିଲେ। କିନ୍ତୁ ଯେତେବେଳେ ସେ ଡ୍ରାଇଭରଙ୍କ ପାଖକୁ ଯିବାକୁ ଉଦ୍ୟତ ହୋଇଥିଲେ ସେତେବେଳେ ତାଙ୍କୁ ଅଟକାଇ ଦିଆଯାଇଥିଲା। ତା’ପରେ ଆଉ କ’ଣ ଏହି ଛୋଟ ଭୁଲ୍ ପାଇଁ ଅବଦୁଲଙ୍କ ପ୍ରାୟ ୬ ହଜାର ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା।

ଅବଦୁଲଙ୍କୁ, ବିନା ବୈଧ ଟିକେଟରେ ବନ୍ଦେ ଭାରତରେ ଚଢ଼ିବା ପାଇଁ ଫାଇନ୍‌ ବାବଦକୁ ୧୦୨୦ ଟଙ୍କା, ଉଜ୍ଜେନରେ ଟ୍ରେନ ଅଟକିବା ପରେ ସେଠାରୁ ବସ୍‌ ଟିକେଟ୍‌ରେ ଭୋପାଳ ଫେରିବାକୁ ୭୫୦ ଟଙ୍କା, ଅବଦୁଲଙ୍କ ଚିନ୍ତାରେ ତାଙ୍କ ପତ୍ନୀ ଏବଂ ପୁଅ ଶିଙ୍ଗରୌଲୀ ଯାଉଥିବା ଟ୍ରେନ୍‌ରେ ଯାଇନଥିଲେ ଯାହାର ଟିକେଟ୍‌ ବାବଦକୁ ୪୦୦୦ ଟଙ୍କା କ୍ଷତି ହୋଇଥିଲା। ଏହିଭଳି ଭାବରେ ବନ୍ଦେ ଭାରତର ଶୌଚାଳୟ ବ୍ୟବହାର ପାଇଁ ପ୍ରାୟ ୬୦୦୦ ଟଙ୍କା କ୍ଷତି ସହିଥିଲେ ଅବଦୁଲ।

ତେବେ ଅବଦୁଲ ଅଭିଯୋଗ କରିଛନ୍ତି ଯେ, ବନ୍ଦେ ଭାରତରେ କୌଣସି ଜରୁରୀ ବ୍ୟବସ୍ଥା ନଥିବାର ତାଙ୍କ ପରିବାରକୁ ମାନସିକ ପୀଡ଼ା ସହିବାକୁ ପଡ଼ିଛି। ଆଉ ଏଥିରୁ ବନ୍ଦେ ଭାରତ ଥିବା ତ୍ରୁଟି ପରିଲକ୍ଷିତ ହେଉଛି। ତେବେ ଅବଦୁଲଙ୍କ ଅଭିଯୋଗ ପରେ ଭୋପାଳ ରେଲଓ୍ବେ ଡିଭିଜନର ପିଆରଓ ସୁବେଦାର ସିଂହ କହିଛନ୍ତି ବନ୍ଦେ ଭାରତ ଯାତ୍ରା ଆରମ୍ଭ ପୂର୍ବରୁ କେଉଁ ପଟ ଡୋର ଖୋଲିବ ଏବଂ କେଉଁ ଡୋର୍‌ ବନ୍ଦ ରହିଛି ତାହାର ଘୋଷଣା କରିଥାଏ। ସୁରକ୍ଷା ବିଷୟରେ ମଧ୍ୟ କୁହାଯାଇଥାଏ।

   Related Posts