ହାତରେ ଧରାଇଲେ ୯ ହଜାର ଟଙ୍କାର ଜାଲ୍ ନୋଟ୍, ଛେଳି ନେଇ ଚମ୍ପଟ ମାରିଲେ ଅଜଣା ଦୁର୍ବୃତ୍ତ

Published By : Prameya-News7 Bureau | November 29, 2023 IST

ଖୋର୍ଦ୍ଧା ୨୯।୧୧: ଜାଲ ନୋଟ ଧରାଇ ଛେଳି ନେଇ ଛୁ । ୯ ହଜାର ଟଙ୍କାର ଜାଲ ନୋଟ ହାତରେ ଧରାଇ ଏକ ଛେଳିନେଇ ଛୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ତଥା ଜଂକିଆ ଥାନା ସିକୋ ଫାଣ୍ଡି ଅନ୍ତର୍ଗତ ହଜ ଗ୍ରାମରେ ।

ସୂଚନାଯୋଗ୍ୟ ଯେ, ହଜ ଆଦିବାସୀ ସାହିର ପାଣ୍ଡବ ନାୟକ ନାମକ ଜଣେ ୭୦ବର୍ଷ ବୟସ୍କ ଗରିବ ବୃଦ୍ଧ ନିଜେ ପାଳିଥିବା କେତେକ ଛେଳିକୁ ନେଇ ମଙ୍ଗଳବାର ପୂର୍ବାହ୍ନ ୧୧ ଘଟିକା ସମୟରେ ହଜ-ସିକୋ ରାସ୍ତାର ଟାଂକୋଳ ଛକ ନିକଟରେ ରାସ୍ତାପାର୍ଶ୍ବରେ ଥିବା ଜଂଗଲରେ ଚରାଉଥିଲେ । ଏତିକି ବେଳେ ହଜରୁ ସିକୋ ଅଭିମୁଖେ ଏକ ନୀଳ ରଂଗର ବାଇକରେ ଯାଉଥିବା ଜଣେ ଅଚିହ୍ନା ବ୍ୟକ୍ତି ଗୋଠରେ ଥିବା ବଡ ଛେଳି (ବୋଦା)କୁ ମୂଲଚାଲ କରିଥିଲା । ଶେଷରେ ଏହା ୯ ହଜାର ଟଂକାରେ ବିକ୍ରି କରାଯିବ ବୋଲି ସ୍ଥିର କରାଯାଇଥିଲା । ଏହି ଅଚିହ୍ନା ଦୁର୍ବୃତ୍ତ ଜଣକ ପାଖରେ ରଖିଥିବା ଏକ ବଡବ୍ୟାଗରେ ଛେଳିଟିକୁ ଭର୍ତ୍ତି କରି ବଜାରରେ ପିଲାଙ୍କ ଖେଳଣା ଭାବେ ବିକ୍ରି କରାଯାଉଥିବା ଜାଲ ୯ହଜାର ଟଙ୍କା ବୃଦ୍ଧ ଜଣଙ୍କ ହାତରେ ଧରାଇ ସେଠାରୁ ଫେରାର ହୋଇଯାଇଥିଲା । ବୃଦ୍ଧ ଲୋକ ଜଣକ ଏହା ଅସଲି କି ନକଲି ପ୍ରଥମେ ଜାଣିପାରିନଥିଲେ । ପରେ ଘରକୁ ଅନ୍ୟ ଛେଳିମାନଙ୍କୁ ଧରି ଫେରିବା ପରେ ଘରଲୋକ ଏକା ଜାଲ ନକଲି ନୋଟ ବୋଲି ଜଣାପଡିଥିଲା । ତେବେ ବୟସାଧିକହେତୁ ବୃଦ୍ଧ ଜଣକ ପୋଲିସ ନିକଟରେ ଅଭିଯୋଗ କରିନାହାନ୍ତି । ଏ ଅଂଚଳରେ ଏହିଭଳି ଅନେକ ଦୃର୍ବୃତ୍ତ ବୁଲୁଛନ୍ତି । ସ୍ଥାନୀୟ ଅଂଚଳରେ ବ୍ରାଉନସୁଗାରର ଅବାଧ ବିକ୍ରି ଓ ସେବନକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ସାଧାରଣରେ ମତପ୍ରକାଶ ପାଇଛି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟିଦେଇ ନିରପେକ୍ଷ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି ।

You Can Read :

wp:embed {"url":"https://www.prameyanews7.com/odisha-cm-approves-86-25-crore-for-two-river-basin-project-in-kalahandi-and-mayurbhanj/","type":"wp-embed","providerNameSlug":"prameya-news-7"}
https://www.prameyanews7.com/odisha-cm-approves-86-25-crore-for-two-river-basin-project-in-kalahandi-and-mayurbhanj/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.