ଅନଲାଇନ୍ ଠକ : ଫ୍ଲାଇଟ୍ ଟିକେଟ୍ ବୁକିଂ ନାଁରେ ଠକେଇ, ଭଦ୍ରକରୁ ଅଭିଯୁକ୍ତକୁ ଧରିଲା ଦିଲ୍ଲୀ ପୋଲିସ

Published By : Prameya-News7 Bureau | December 05, 2020 IST

ଭଦ୍ରକ,୦୫/୧୨:   ଅନଲାଇନ ଯୋଗେ ପ୍ରାୟ ୧ କୋଟିରୁ ଉର୍ଧ୍ଵ ଟଙ୍କା ଠକେଇ ଅଭିଯୋଗରେ ଦିଲ୍ଲୀ ପୋଲିସ ଭଦ୍ରକରୁ ଜଣେ ଯୁବକଙ୍କୁ ଅଟକ ରଖିଛି । ଏହାସହ ଦିଲ୍ଲୀ ପୋଲିସ. ଭଦ୍ରକ ଧୂଷୁରୀ ଥାନା ଅଞ୍ଚଳରେ ପହଞ୍ଚି ତଦନ୍ତ ଚଳାଇଛି ।

ଶୁକ୍ରବାର ବିଳମ୍ବିତ ରାତିରେ ଧୂଷୁରୀ ଥାନା ଅଞ୍ଚଳରେ ଚଢ଼ାଉ କରି ଜଣେ ଅନଲାଇନରେ ଠକୁଥିବା ଯୁବକକୁ ଅଟକ ରଖିଛି ଦିଲ୍ଲୀ ପୋଲିସ । ଦିଲ୍ଲୀ ପୋଲିସ ପକ୍ଷରୁ ଯୁବକଙ୍କୁ ଅଧିକ ପଚରାଉଚୁରା ସହ ଖାନତଲାସୀ ଜାରି ରଖିଛି । ସୂଚନା ଅନୁଯାୟୀ ବିଭିନ୍ନ ନାମୀ ଦାମୀ କମ୍ପାନୀର ଫେକ ଆଇଡ଼ି ଖୋଲି ଯୁବକ ଜଣକ ଫ୍ଲାଇଟ ଟିକେଟ ବୁକିଂ କରୁଥିଲେ ।

ଏଥିରେ ୫୦ ଲକ୍ଷରୁ ଉର୍ଧ୍ଵ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଯୁବକ ଜଣକ ସମ୍ପୃକ୍ତ ଥିବା ଦିଲ୍ଲୀ ପୋଲିସ ଜାଣିବାକୁ ପାଇଥିଲା । ବିଳମ୍ବିତ ରାତିରେ ଧୂଷୁରୀ ପୋଲିସ ସହାୟତାରେ ନିକଟସ୍ଥ ନରହରି ପୁର ସ୍ଥିତ ଯୁବକଙ୍କ ଶ୍ୱଶୁର ଘରେ ଚଢ଼ଉ କରାଯାଇ ଧୂଷୁରୀ ଥାନାକୁ ଆଣି ଅଧିକ ପଚରା ଉଚୁରା କରୁଛି ଦିଲ୍ଲୀ ପୋଲିସ । ଠକେଇ ଅଭିଯୋଗରେ ସମ୍ପୃକ୍ତ ଥିବା ଯୁବକ ଜଣକ ହେଲେ ରାଜେନ୍ଦ୍ର ମଲ୍ଲିକ ବୋଲି ପରିଚୟ ଜଣାପଡିଛି । ରାଜେନ୍ଦ୍ରଙ୍କ ଘର ଯାଜପୁର ଜିଲ୍ଲା ବୈରି ଥାନା ବରୀ ଗାଁରେ ବୋଲି ସୂଚନା ମିଳିଛି ।

{"id":372768,"sizeSlug":"large"}

ତେବେ ରାଜେନ୍ଦ୍ର ନକଲି ପରିଚୟ ପତ୍ର ତିଆରି କରୁଥିଲେ । ଫଟୋ , ଦସ୍ତଖତକୁ ବଦଳାଇ ସେହି ପରିଚୟ ପତ୍ର ମାଧ୍ୟମରେ ପ୍ରାୟ ୮ ଟି ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲେ । ଟଙ୍କା ଗୁଡିକୁ ସେହି ଆକାଉଣ୍ଟ ମାଧ୍ୟମରେ ନେଉଥିଲେ ବୋଲି ସୂଚନା ମିଳିଛି ।

\

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.