୫ ବର୍ଷ ଯାଏଁ କମ୍ପାନୀଙ୍କୁ ଠକି ଚାଲିଥିଲେ ବ୍ୟକ୍ତି : ଦୁଇ ମାସରେ ବଢୁଥିଲା ଦରମା ଏବଂ ପଦନ୍ନୋତି, ଆଉ ତା'ପରେ...

Published By : Prameya-News7 Bureau | December 24, 2021 IST

ନୂଆଦିଲ୍ଲୀ ୨୪।୧୨ : କଥାରେ ଅଛି କଠିନ ପରିଶ୍ରମର ଫଳ ଅତ୍ୟନ୍ତ ମିଠା .. ଏହା ନିଶ୍ଚୟ ଶୁଣିଥିବେ । ପଦୋନ୍ନତି ଏବଂ ଭଲ ଦରମା ପାଇଁ କର୍ମଚାରୀମାନେ ବର୍ଷ ସାରା ପରିଶ୍ରମ କରନ୍ତି । ଏପରି ପରିସ୍ଥିତିରେ, ଆପଣ ନିଶ୍ଚିତ ଭାବରେ ଇର୍ଷା କରିବେ ଯେ ଜଣେ ବ୍ୟକ୍ତି ୫ ବର୍ଷ ଧରି ଚାକିରି ସମୟରେ କିଛି କରିନଥିଲେ ଏବଂ ସେ ଅନ୍ୟ କର୍ମଚାରୀଙ୍କ ପରି ପ୍ରତିବର୍ଷ ଦରମା ବୃଦ୍ଧି ହେବା ପଦୋନ୍ନତି ପାଇବାକୁ ମଧ୍ୟ ଲାଗିଲେ । କିନ୍ତୁ ଜଣେ ବ୍ୟକ୍ତି ନିଜର ଅଳୁସୁଆପଣର ସମ୍ପୂର୍ଣ୍ଣ ଲାଭ ଉଠାଇଛନ୍ତି । ଯେଉଁଥି ପାଇଁ ବ୍ୟକ୍ତି ଜଣଙ୍କ ନିଜର ଆରାମଦାୟକ ଜୀବନ ପାଇଁ ଏହି କୌଶଳ ଆପଣାଇଛନ୍ତି । ତେବେ ବ୍ୟକ୍ତି ଜଣଙ୍କ କିପରି ପାଞ୍ଚ ବର୍ଷ ପାଇଁ କମ୍ପାନୀକୁ ବୋକା ବନାଇ ଥିଲେ ।  

ତେବେ ବ୍ୟକ୍ତି ଜଣଙ୍କ ନିଜେ ଅନଲାଇନ୍ ସାଇଟରେ ଏହି ଅଭିଜ୍ଞତା ବିଷୟରେ ସେୟାର କରିଛନ୍ତି । ଏହା ସହ ନିଜର ପରିଚୟ ଲୁଚାଇ ଏହି ବ୍ୟକ୍ତି କହିଛନ୍ତି ଯେ ସେ ଅନ୍ୟ କର୍ମଚାରୀଙ୍କ ପରି କାମ କରିବା ପାଇଁ କଠିନ ପରିଶ୍ରମ କରି ନାହାଁନ୍ତି । କାହିଁକି ନା ସେ ଯେଉଁ ଭଳି ଭାବରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କାମ କରିଥିଲ ତାହା ଆଶ୍ଚର୍ଯ୍ୟକର । ଏହି ପାଞ୍ଚ ବର୍ଷରେ ତାଙ୍କର ଦରମା ବୃଦ୍ଧି ହେବା ସହ ତା ପଦ ଉପରେ ଉନ୍ନତି ମଧ୍ୟ ହୋଇଥିଲା ।  

ଏହି ବ୍ୟକ୍ତି ଜଣ ଅଫିସ୍‌ରେ କାର୍ଯ୍ୟର ପ୍ରୋଫାଇଲ୍ ହେଉଛି ଡାଟା ଏଣ୍ଟ୍ରି ଅପରେଟର । ସେ ଏହି କାମ ୨୦୧୫ରେ ଆରମ୍ଭ କରିଥିଲେ । କାମରେ କମ୍ପାନୀ ତାଙ୍କୁ କିଛି ଡକ୍ୟୁମେଣ୍ଟ ତାଙ୍କୁ ମେଲରେ ପଠାଯାଇଥିଲା । ଯାହାକୁ ନାଇଟ୍ ସିଫ୍ଟ ସମୟରେ ଡାଟା ଆକାରରେ ସିଷ୍ଟମରେ ରଖିବାକୁ ଦିଆଯାଉଥିଲା । ତେବେ ତାହାକୁ ସେ କିଛି କରିନଥିଲେ ଏବଂ ଚୁପ୍‌ଚାପ ଯାଇ ଇପଡିଥିଲେ । ଏହାକୁ ନେଇ ବ୍ୟକ୍ତି ଜଣକ କହିଥିଲେ ଯେ ସେ କାମ ନକରିବା ପାଇଁ ଏକ କୋଡ୍‌ ତଥା ସଂକେତ ବ୍ୟବହାର କରୁଥିଲେ, ଯାହା ତାଙ୍କ କାମକୁ ପାଞ୍ଚ ମିନିଟରେ କରି ଦେଉଥିଲା । ସେ ଏକ ଫ୍ରିଲାନ୍ସ ସଫ୍ଟୱେର୍ ଡେଭଲପର୍ ଦ୍ବାରା ପ୍ରସ୍ତୁତ ଏହି ଚିଟ୍ କୋଡ୍ ପାଇଥିଲେ । କୋଡିଂ ବ୍ୟବହାର କରିବା ପରେ ସେ ବିଶ୍ରାମ ନେଉଥିଲେ ନହେଲେ ବାହାରେ ବୁଲୁଥିଲେ । ଏବଂ ରାତିସାରା ନିଜ ଲାପଟପ୍ ଛାଡି ଚାଲି ଯାଉଥିଲେ। ସୂଚନାଯୋଗ୍ୟ ଯେ ପାଞ୍ଚ ବର୍ଷ ମଧ୍ୟରେ ବ୍ୟକ୍ତି ଜଣଙ୍କ ଏଭଳି କାମ କରି ଦରମା ପାଉଥିଲେ । ହେଲେ ତାଙ୍କ ଏପରି କାମକୁ କେହି ଅନୁମାନ କରିପାରିନଥିଲେ ଯେ ସେ କିଭଳି କାମ କରୁଥିଲେ । ଏଥିପାଇଁ ତାଙ୍କୁ ଦୁଇ ମାସର ଦରମା ମଧ୍ୟ ଦିଆଯାଇଥିଲା । ସେ ଅନ୍ୟ କର୍ମଚାରୀଙ୍କ ସହ ପ୍ରତିଯୋଗିତାରେ ଆଗକୁ ବଢିବା ପାଇଁ ଏହି କୋଡ୍ ପରିବର୍ତ୍ତନ ମଧ୍ୟ କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.