କପାଳରେ QR କୋଡ୍ ଟାଟୁ କଲେ ବ୍ୟକ୍ତି, କାରଣ ଜାଣିଲେ ଆପଣ ବି ହୋଇଯିବେ ତାଜୁବ

Published By : Prameya-News7 Bureau | February 29, 2024 IST

ନୂଆଦିଲ୍ଲୀ ୨୯/୦୧: ଆଜିକାଲି ସୋସିଆଲ ମିଡିଆ । ଯାହାକୁ ଦେଖିବେ କିଛି ନା କିଛି ଭାଇରାଲ୍ । ଅନେକ ଲୋକ ଏହାକୁ ନେଇ ଟ୍ରୋଲ୍ ବି ହେଉଛନ୍ତି । ଏମିତି ଗୋଟିଏ ଭିଡିଓ ଏବେ ଲୋଲିଆଲ ମିଡିଆରେ ବେଶ୍ ଭାଇରାଲ୍ । ଯେଉଁଥିରେ ଜଣେ ବ୍ୟକ୍ତି ତାଙ୍କ କପାଳରେ ଏକ QR କୋଡ୍ ଟାଟୁ କରିଥିବା ଦେଖିବାକୁ ମିଳିଛି ।

ଲୋକମାନେ ସୋସିଆଲ ମିଡିଆରେ ଏନେଇ ଭଲ ରେସପନ୍ସ ଦେଉଛନ୍ତି । କାହିଁକି ଏମିତି କଲେ ସେନେଇ ପ୍ରଶ୍ନ ବି କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରାଯାଇଛି । ଯେଉଁଥିରେ ଜଣେ ବ୍ୟକ୍ତି ତାଙ୍କ କପାଳରେ ଟାଟୁ କରିଥିବାର ଦେଖାଉଛି । ଭିଡିଓରେ ଏହା ଦର୍ଶାଯାଇଛି ଯେ କପାଳରେ QR କୋଡ୍ କିପରି ତିଆରି ହୁଏ ।

wp:html
/wp:html

ସର୍ବପ୍ରଥମେ, ଏକ ଷ୍ଟିକର ବ୍ୟବହାର କରି QR କୋଡ୍ କପାଳରେ ଛପା ଯାଇଥାଏ । ଏହା ପରେ ଛୁଞ୍ଚି ଇଙ୍କ୍ ଭର୍ତ୍ତି କରି ଖୋଦେଇ ହେଉଛି । ଏହି ସମୟ ମଧ୍ୟରେ, ବ୍ୟକ୍ତିଙ୍କ ମୁହଁକୁ ଦେଖିଲେ କୁହାଯାଇପାରେ ଯେ ଟାଟୁ ସରିବାବେଳେ ସେ ଯନ୍ତ୍ରଣା ଅନୁଭବ କରୁଛନ୍ତି । ତଥାପି ଟାଟୁ ଆର୍ଟିଷ୍ଟ ଟାଟୁ ତିଆରି ଜାରି ରଖିଛନ୍ତି । ଏହି ଭିଡିଓ ୨୬ ଫେବୃଆରୀରେ ଇନଷ୍ଟାଗ୍ରାମରେ ସେୟାର କରାଯାଇଥିଲା । କିଛି ଘଣ୍ଟା ମଧ୍ୟରେ ଏହା ୧.୭ ମିଲିୟନରୁ ଅଧିକ ଭ୍ୟୁ ପାଇଛି ।

ଏହି ଭିଡିଓ ଦ୍ୱାରା ଟାଟୁ ଆର୍ଟିଷ୍ଟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହା ଦର୍ଶାଏ ଯେ ଏକ QR କୋଡ୍ ଟାଟୁ କିପରି କାମ କରେ । କଳାକାର ଏହି ଟାଟୁକୁ ସ୍କାନ୍ କରନ୍ତି । ଯାହା ପରେ ବ୍ୟକ୍ତିର ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲାଯିଏ । ଭିଡିଓ ଶେଷରେ, ଏହି ବ୍ୟକ୍ତି ଏବଂ ଟାଟୁ କଳାକାର କ୍ୟାମେରା ଆଡକୁ ହସୁଥିବାର ନଜର ଆସିଛନ୍ତି । ପୂର୍ବରୁ ଖବର ଆସିଥିଲା ​​ଯେ ଜଣେ ବ୍ୟକ୍ତି ତାଙ୍କ ଗର୍ଲଫ୍ରେଣ୍ଡର ନାମକୁ ତାଙ୍କ ତଳ ଓଠର ଭିତର ପାର୍ଶ୍ୱରେ ଟାଟୁ କରିଥିଲେ ।

you can also read...

wp:embed {"url":"https://www.prameyanews7.com/2024-february-leap-year-of-the-day/","type":"wp-embed","providerNameSlug":"prameya-news-7"}
https://www.prameyanews7.com/2024-february-leap-year-of-the-day/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.