ଭୁବନେଶ୍ବର ୨୪।୫: ରିଲ୍ ରିଲ୍ ଆଉ ରିଲ୍ । ରିଲ୍ ନିଶାରେ ଯୁବପୀଢ଼ୀ । ଯୁଆଡ଼େ ଗଲେ କରୁଛନ୍ତି ରିଲ୍ ଓ ନେଉଛନ୍ତି ସେଲ୍ଫି । ଘଟୁଛି ଦୁର୍ଘଟଣା । ଧନ ଜୀବନ ହାନି ସହ ଉଜୁଡ଼ୁଛି ପରିବାର । ପୁଣି ଥରେ ସେଲ୍ଫି ନେବା ହେଲା କାଳ । ଟ୍ରେନ୍ ଉପରେ ଚଢି ସେଲ୍ଫି ନେବା ହେଲା କାଳ ।

ଟ୍ରେନ୍ ବଗି ଉପରେ ଚଢ଼ି ଫଟୋ ଉଠାଉଥିବା ବେଳେ ଜଳିଗଲେ ଯୁବକ । ଯୁବକ ଜଣକ ରାଜସ୍ଥାନରୁ CTTCରେ ଟ୍ରେନିଂ ପାଇଁ ଆସିଥିଲେ । ମଞ୍ଚେଶ୍ୱର ଷ୍ଟେସନର ୩ ନମ୍ବର ପ୍ଲାଟଫର୍ମରେ ଘଟିଛି ଏଭଳି ଘଟଣା । ଆହତ ଯୁବକଙ୍କୁ ପ୍ରଥମେ ରେଲୱେ ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଗୁରୁତର ଯୁବକ ହେଲେ ରାଜସ୍ଥାନର ରାମେଶ୍ୱର ଦାସୋରା । 

Also Read:- ମୃତଦେହ ମିଳିବାର ୪ ଦିନ ପରେ ବି ମିଳିଲାନି ପରିଚୟ, ସେପଟେ ନିଖୋଜ ମହିଳାଙ୍କ ସ୍ବାମୀ ଅଟକ

ରାମେଶ୍ୱର ସହ ସମେତ ୧୨ ଜଣ ସାଙ୍ଗ ହୋଇ ସକାଳ ୫ଟା ୨୦ରେ ପୁରୀ ସୁପରଫାଷ୍ଟ ଏକ୍ସପ୍ରେସରେ ଆସି ମଞ୍ଚେଶ୍ଵର ରେଲୱେ ଷ୍ଟେସନର ୪ ନମ୍ୱର ପ୍ଲାଟଫର୍ମରେ ଓହ୍ଲାଇଥିଲେ । ପରେ ୩ ନମ୍ୱର ପ୍ଲାଟଫର୍ମରେ ଠିଆ ହୋଇଥିବା ଏକ କୋଇଲା ବୋଝେଇ ଟ୍ରେନ୍ ଉପରେ ସେଲ୍ଫି ନେବା ପାଇଁ ଚଢ଼ି ଯାଇଥିଲେ । ଟ୍ରେନ୍ ଉପରେ ଯାଇଥିବା ହାଇ ଭୋଲ୍ଟେଜ ଇଲେକ୍ଟ୍ରିକ ତାରରୁ କରେଣ୍ଟ ମାରିବାରୁ କୋଇଲା ଉପରେ ପଡ଼ିଗଲେ । ସେଠାରେ ଥିବା ତାଙ୍କ ସାଙ୍ଗମାନେ ଆମ୍ବୁଲାନ୍ସରେ ପ୍ରଥମେ ନିକଟସ୍ଥ ରେଲୱେ ମେଡିକାଲ ଓ ପରେ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ । ଅବସ୍ଥା ଗୁରୁତର ହେବାରୁ ରାମେଶ୍ୱରଙ୍କୁ ଏମ୍ସ ମେଡିକାଲ ରେଫର୍ କରାଯାଇଛି ।