ଘର ପଶି ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଦୋଷୀକୁ ୧୦ବର୍ଷ କାରାଦଣ୍ଡ

Published By : Prameya-News7 Bureau | March 20, 2023 IST

କଣ୍ଟାବାଞ୍ଜି ୨୦।୩: ଦୁଷ୍କର୍ମକାରୀଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ । ଦଣ୍ଡ ଶୁଣାଇଲେ କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରାଜଜ ହିମାଂଶୁ ଶେଖର ମଲ୍ଲିକ ।

ସୂଚନାଯୋଗ୍ୟ ଯେ, ଗତ ୨୦୧୯ ମସିହାରେ ତୁରେକେଲା ଥାନା ତେତେଲଖୁଣ୍ଟି ଗାଁର ଜଣେ ବିବାହିତା ମହିଳାଙ୍କ ଘର ପଶି ଜୋର ଜବରଜସ୍ତି ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ଅଭିଯୁକ୍ତ ହେଉଛି ଅଏଲାଭଟା ଗାଁର ସଦାନନ୍ଦ ଭୋଇ । ୧୦ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ହଜାର ଟଙ୍କା ଜରିମାନା ଦେବାର ଆଦେଶ ଦେଇଛନ୍ତି । ୫୦ହଜାର ଟଙ୍କା ଜରିମାନା ନଦେଲେ ୬ ମାସ ଜେଲ ସଜ୍ଜା ମଧ୍ୟ ଶୁଣାଇଛନ୍ତି । ସଦାନନ୍ଦ ଭୋଇ ତେତେଲଖୁଣ୍ଟି ଗାଁର ଏକ ବିବାହିତା ମହିଳାଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା । ତୁରେକେଲା ପୋଲିସ ଅଭିଯୁକ୍ତକୁ ଗିରଫ କରି ସେ ସମୟରେ କୋର୍ଟ ଚାଲାଣ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.