କୁତ୍ସିତ ମାନସିକତା : ଦଳିତ ହୋଇ ରାଜପୁତ ନାଁ ରଖିଥିବାରୁ ଯୁବକଙ୍କୁ ପିଟିକି ଲହୁଲୁହାଣ କଲେ ଉଚ୍ଚ ସମ୍ପ୍ରଦାୟର ଲୋକ

Published By : Prameya-News7 Bureau | December 04, 2020 IST

ଅହମ୍ମଦାବାଦ ୦୪/୧୨ : ଜଣେ ଅନୁସୂଚିତ ଜାତିର ବ୍ୟକ୍ତିଙ୍କୁ ଏକ ଅଟୋମୋବାଇଲ୍ ପାର୍ଟସ୍ ଉତ୍ପାଦନ ୟୁନିଟ୍ ବାହାରେ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ଉକ୍ତ ବ୍ୟକ୍ତିଜଣକ ଜଣେ ଉଚ୍ଚ ଜାତିର ବ୍ୟକ୍ତିଙ୍କ ନିକଟରେ କାମ କରନ୍ତି । ତେବେ ସାର୍ଟର ବଟମ ଖୋଲା ରଖିଥିବା ଏବଂ ଅନୁସୂଚିତ ଜାତିର ବ୍ୟକ୍ତି ହୋଇ ମଧ୍ୟ କ୍ଷତ୍ରିୟ ଓ ଦର୍ବାର ସମ୍ପ୍ରଦାୟର ନାଁ ରଖିଥିବାରୁ ତାଙ୍କୁ ମାଡ ମରାଯାଇଥିବା ସେ ଅଭିଯୋଗ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଗିର-ସୋମନାଥ ଜିଲ୍ଲା ସାନନ୍ଦ ଅଞ୍ଚଳର ଭରତ ଯାଦବ ନାମକ ବ୍ୟକ୍ତି ଏକ ଅଟୋ ମୋବାଇଲ ସିଷ୍ଟମ୍ ପ୍ରାଇଭେଟ୍ ଲିମିଟେଡରେ କାର୍ଯ୍ୟ କରନ୍ତି । ଗତ ମଙ୍ଗଳବାର ଦିନ ସେ ଉକ୍ତ ସ୍ଥାନକୁ କାମ କରିବାକୁ ଯାଇଥିଲେ । ତେବେ ରାଜପୁତ ସମ୍ପ୍ରଦାୟର କିଛି ବ୍ୟକ୍ତି ତାଙ୍କୁ ଅଟକାଇବା ସହ ସାର୍ଟର ବଟନ କାହିଁକି ବନ୍ଦ କରିନାହଁ ବୋଲି ପଚାରିଥିଲେ । ଏହା ପରେ ସେମାନେ ତାଙ୍କୁ ଧମକ ଦେବା ସହିତ ସାର୍ଟ ବଟନ ଦେବାକୁ ଧମକାଇଥିଲେ । ଭୟରେ ଭରତ ତାଙ୍କ ସାର୍ଟ ବଟନକୁ ବନ୍ଦ କରିଦେଇଥିଲେ ।

କେବଳ ସେତିକି ନୁହେଁ ଏହା ପ​‌ରେ ଉକ୍ତ ବ୍ୟକ୍ତିମାନେ ଭରତଙ୍କୁ ତାଙ୍କ ନାଁ ଏବଂ ଜାତି ବିଷୟରେ ପଚାରିଥିଲେ । ତେବେ ସେ ଗାଁର ନାଁ ଏବଂ ଠିକଣା କହିଥିଲେ ଏବଂ ଏହା ପରେ ଉକ୍ତ ବ୍ୟକ୍ତିମାନେ ତାଙ୍କୁ ତାଙ୍କ ଜାତି କ୍ଷତ୍ରିୟ କି ଦରବାର ବୋଲି ପଚାରିଥିଲେ । ତେବେ ସେ ଜଣେ ଦଳିତ ବୋଲି କହିଥିଲେ । ତେବେ ନାଁ କ୍ଷତ୍ରିୟ କାହିଁକି ରଖିଛୁ କହି ରାଜପୁତମାନେ ତାଙ୍କୁ ତାଗିଦ କରିଥିଲେ । ଏହା ସହ କାମ ସରିବା ପରେ କମ୍ପାନୀ ବାହାରେ ଦେଖା କରିବାକୁ କହିଥିଲେ । ତେବେ ଡ୍ୟୁଟି ସରିବା ପରେ ସେ ବାହରକୁ ଆସିବାରୁ ପୂର୍ବରୁ ସେଠାରେ ଥିବା ରାଜପୁତ ସମ୍ପ୍ରଦାୟର ଲୋକ ହଠାତ ଆକ୍ରମଣ କରିଥିଲେ । ତେବେ ପୋଲିସ ଏ ନେଇ ମାମଲା ରୁଜୁ କରିବା ସହିତ ଅଧିକ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.