scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ମାଟି ଖୋଳୁ ଖୋଳୁ ବଦଳିଗଲା ଭାଗ୍ୟ, ୭୦୦ ସୁନା କଏନ୍‌ ପାଇଲେ ଚାଷୀ    

13/07/2023 at 2:14 PM

Gold Coin

ନୂଆଦିଲ୍ଲୀ ୧୩/୦୭; ମାଟି ଖୋଳୁ ଖୋଳୁ ମହାଦେବ କଥା ଆପଣ ଶୁଣିଥିବେ। କିନ୍ତୁ ଏଠି ମାଟି ଖୋଳୁ ଖୋଳୁ ସୁନା। ଚକ୍‌ ଚକ୍‌ କରୁଥିବା ସୁନା କଏନ୍‌ ମିଳିଛି ଜଣେ ଚାଷୀଙ୍କୁ। ବିଲରେ କାମ କରୁଥିବା ସମୟରେ ସେ ମାଟି ଖୋଳୁଥିଲେ। କିନ୍ତୁ କାମ କରୁ କରୁ ତାଙ୍କ ଭାଗ୍ୟ ବଦଳିଯିବ ବୋଲି ସେ କେବେ ଚିନ୍ତା ମଧ୍ୟ କରିନଥିଲେ। ସୁନା ଗୃହ ଯୁଦ୍ଧ ସମୟର ଏବଂ ଏହାର ଚମକ ଏବେବି ସେମିତି ରହିଛି ବୋଲି କହିଛନ୍ତି।

ଘଟଣାଟି ଆମେରିକାର କେଣ୍ଟୁକିରେ ବୋଲି ଜଣାପଡିଛି। ଗୋଟେ କି ଦୁଇଟି ନୁହେଁ ୭୦୦ଟି ପୁରୁଣା ସୁନା କଏନ ପାଇଛନ୍ତି ଚାଷୀ।   ଏହି ମୁଦ୍ରାଗୁଡ଼ିକ ମଧ୍ୟରୁ ଅଧିକାଂଶ ସୁନାରେ ଥିବା ବେଳେ କିଛି କଏନ ରୂପାରେ ରହିଛି। ଯାହାର ମୂଲ୍ୟ ଲକ୍ଷାଧିକ ବୋଲି ଆକଳନ କରାଯାଇଛି। ଏହି ଆବିଷ୍କାରକୁ ‘ଗ୍ରେଟ୍ କେଣ୍ଟକି ହୋର୍ଡ’ ଦିଆଯାଇଛି। ଏହା ଗୃହଯୁଦ୍ଧ ସମୟର ବୋଲି ଜଣାପଡିଛି। ୧୮୪୦-୧୮୬୩ ସମୟର ଏହି କଏନ ଗୁଡିକର ଚମକ ଏବେ ବି ଅକ୍ଷୁର୍ଣ୍ଣ। ଏହି ମୁଦ୍ରାଗୁଡ଼ିକୁ ନ୍ୟୁଜିମାଟିକ୍ ଗ୍ୟାରେଣ୍ଟି କମ୍ପାନୀ NGC ଦ୍ୱାରା ପ୍ରମାଣିତ କରାଯାଇଛି ।

ୟୁଟ୍ୟୁବ୍ ଚ୍ୟାନେଲ୍ GovMint ରେ ପୋଷ୍ଟ କରାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ଭୂମିରୁ ମୁଦ୍ରା ବାହାର କରୁଛନ୍ତି। କିଛି ମୁଦ୍ରା ୧ ଡଲାର, କିଛି ୧୦ ଏବଂ କିଛି ୨୦ ଡଲାରର ରହିଛି।  ଏଥିମଧ୍ୟରେ ଅନେକ ବିରଳ ଲିବର୍ଟି ପାଟର୍ନ ମୁଦ୍ରା ମଧ୍ୟ ରହିଛି। ଏଥିରୁ  ପ୍ରାୟ ୯୫ ପ୍ରତିଶତ ମୁଦ୍ରା ସୁନା ରହିଛି। ଲାଇଭ ସାଇନ୍ସ ଅନୁଯାୟୀ କିଛି ମୁଦ୍ରା ଅତ୍ୟନ୍ତ ବିରଳ ଅଟେ। ସେମାନଙ୍କ ଉପରେ ‘In God We Trust’ ଲେଖାନାହିଁ, ଯାହା ଆମେରିକାର ସରକାରୀ ମୂଳ ଅଟେ। ଗୃହଯୁଦ୍ଧ ଶେଷ ହେବା ପରେ ୧୮୬୬ ମସିହାରେ ସମସ୍ତ ସୁନା ଓ ରୂପା ମୁଦ୍ରାରେ ଏହି ସଙ୍କେତ ଯୋଡା ଯାଇଥିଲା । ବର୍ତ୍ତମାନ, ଭୂମି ତଳେ ମିଳିଥିବା ଏହି ମୁଦ୍ରାଗୁଡ଼ିକୁ ନିଲାମ ପାଇଁ ରଖାଯାଇଛି ।

   Related Posts