ବିଛଣାରୁ ଉଠିବା ପରେ ଭୁଲିଗଲେ ୨୦ ବର୍ଷର କଥା, ସ୍ତ୍ରୀ ଏବଂ ୧୦ ବର୍ଷର ଝିଅକୁ ଚିହ୍ନିପାରିଲେନି, ସ୍କୁଲ୍‌ ଯିବାକୁ କଲେ ଜିଦ୍‌

Published By : Prameya-News7 Bureau | July 09, 2021 IST

ଟେକ୍ସାସ୍‌ ୯/୦୭:  ମୋବାଇଲ୍‌, କମ୍ପ୍ୟୁଟର ମେମୁରୀ ଭଳି କେତେବେଳେ ଯେ ମଣିଷ ମସ୍ତିଷ୍କରୁ ଡାଟା ଡିଲିଟ ହୋଇଯିବ କହିହେବ ନାହିଁ। ସେମିତି ଏକ ଘଟଣା ଟେକ୍ସାସ୍‌ରେ ଘଟିଛି। ୩୬ ବର୍ଷୀୟ ଯୁବକଙ୍କ ମୁଣ୍ଡରୁ ଲିଭିଯାଇଛି ୨୦ ବର୍ଷର ସ୍ମୃତି। ଏବେ ୨୦୨୧ ବର୍ଷକୁ ସେ ଭାବୁଛନ୍ତି ୧୯୯୦ ଦଶକ। ଆମେରିକାର ଟେକ୍ସାସ୍‌ର ଜଣେ ୩୬ ବର୍ଷୀୟ ଯୁବକଙ୍କ କ୍ଷେତ୍ରରେ ଏମିତି କିଛି ଘଟଣା ଘଟିଛି। ଶୋଇକି ଉଠିବା ପରେ ସବୁ ସ୍କୃତିଶକ୍ତି ହରାଇ ବସିଥିବା ଯୁବକ ନିଜ ପତ୍ନୀ ଏବଂ ୧୦ ବର୍ଷର ଝିଅକୁ ମଧ୍ୟ ମନେ ରଖିନାହାନ୍ତି।

ଯୁବକଙ୍କ ନାଁ ହେଉଛି ଡେନିଏଲ୍ ପୋର୍ଟର୍ ।  ଡେଲି ମେଲ୍‌ରେ ପ୍ରକାଶିତ ଖବର ମୁତାବିକ, ଜଣେ ହିୟରିଂ ସ୍ପେଶାଲିଷ୍ଟ ଭାବରେ କାମ କରୁଥିବା ଡେନିଏଲ୍ ୨୦ ବର୍ଷ ପଛକୁ ଚାଲିଯାଇଛନ୍ତି । ତେଣୁ ତାଙ୍କୁ ଲାଗୁଛି ତାଙ୍କର ବୟସ ଏବେ ୧୬ ବର୍ଷ  ଏବଂ ସେ ସ୍କୁଲ୍ ଯିବାକୁ ଚାହୁଁଛନ୍ତି। ନିଜ ପତ୍ନୀଙ୍କୁ ନିଜର ଅପହରଣକାରୀ ବୋଲି ଭବୁଛନ୍ତି ଡେନିଏଲ। ଆଉ ଏ ବିଷୟରେ ତାଙ୍କ ପତ୍ନୀ ତାଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି । ଖାଲି ସେତିକି ନୁହେଁ ଡେନିଏଲ୍ ନିଜକୁ ଆଇନାରେ ଦେଖି ଖୁବ୍ ଚିନ୍ତିତ ହୋଇଯାଉଛନ୍ତି । ଆଇନା ଦେଖି ସେ ଏତେ ମୋଟା ଏବଂ ବଡ଼ କାହିଁକି ଦେଖାଯାଉଛନ୍ତି ବୋଲି ବାରମ୍ବାର ପ୍ରଶ୍ନ ମଧ୍ୟ କରୁଛନ୍ତି।

{"id":478154,"width":689,"height":488,"sizeSlug":"large","linkDestination":"none"}

୧୯୯୦ ଦଶକରେ ସେ ଦେଖିଥିବା WWE ପ୍ରୋଗ୍ରାମ ମନେ ରଖିଛନ୍ତି। ତେବେ ୨୦୦୬ରେ ଓ୍ବାଲମାର୍ଟରେ ରୁଥଙ୍କୁ ପ୍ରେମ କରି ପରେ ବିବାହ କରିଥିବା ଡେନିଏଲ୍‌ ବିଶ୍ବାସ କରୁନାହାନ୍ତି। ଏହା ସତ ଯେ ବିଶ୍ବାସ କରିପାରୁନାହାନ୍ତି। ଡାକ୍ତରଙ୍କ ମତରେ  ଡେନିଏଲ୍ ଟ୍ରାନ୍ସିଏଣ୍ଟ ଗ୍ଲୋବାଲ୍ ଏନମେସିଆରେ ପୀଡ଼ିତ ଅଛନ୍ତି । ଯେଉଁଥିରେ ସାଧାରଣତଃ ସର୍ଟ ଟର୍ମ ମେମୋରୀ ଲସ୍ ହୋଇଯାଇଥାଏ । ଖୁବଶୀଘ୍ର ସ୍ମୃତିଶକ୍ତି ଫେରିଆସିବ ବୋଲି ଡାକ୍ତର କହୁଥିବା ବେଳେ ପତ୍ନୀ ରୁଥ୍‌ କିନ୍ତୁ ଦଃଖରେ ଭାଙ୍ଗିପଡ଼ିଛନ୍ତି। ସେ ଯଥାସମ୍ଭବ ଚେଷ୍ଟା କରୁଛନ୍ତି ଡାନିଏଲ୍‌ ସୁସ୍ଥ ହୋଇଯାଆନ୍ତୁ ଏବଂ ତାଙ୍କ ସୁଖର ସଂସାର ପୁଣିଥରେ ହସି ଉଠୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.