ଓଭର ଟେକ୍‌କୁ ନେଇ ପାଟିତୁଣ୍ଡ: ବାଜି ରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର

Published By : Prameya-News7 Bureau | November 27, 2020 IST

ଢେଙ୍କାନାଳ ୨୭/୧୧: ଓଭର ଟେକ୍‌କୁ କେନ୍ଦ୍ର କରି ବସ୍‌ ଡ୍ରାଇଭରଙ୍କୁ ଗୁଳିମାଡ଼ କଲା ଉତ୍ତ୍ୟକ୍ତ ଯୁବକ। ଗୁଳି ବସ୍‌ର ଆଗ କାଚରେ ଲାଗି ବାଜି ଖସିପଡ଼ିଥିଲା। ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚିବା ପୂର୍ବରୁ ବାଇକ୍‌ରେ ଆସିଥିବା ଦୁଇ ଯୁବକ ଓ ଜଣେ ଯୁବତୀ ଫେରାର ହୋଇଯାଇଛନ୍ତି। ଏଭଳି ଏକ ଘଟଣା ଢେଙ୍କାନାଳ ଜିଲ୍ଲା ଭୁବନ ନିକଟସ୍ଥ ବାଜି ରାଉତ ବ୍ରିଜ ଉପରେ ଘଟିଛି।

{"id":368652,"sizeSlug":"large"}

ବାଇକରେ ଯାଉଥିବା ଦୁଇ ଯୁବକ ଓ ଜଣେ ଯୁବତୀ ଏକ ଯାତ୍ରୀବାହୀ ବସ ‘ମଲିକ୍‌’କୁ ଓଭର ଟେକ୍‌ କରିବାକୁ ବାରମ୍ବାର ଚେଷ୍ଟା କରିଥିଲେ । ଏହି ଯାତ୍ରୀବାହୀ ବସଟିକୁ କପିଳାସ ନିକଟରେ ଥିବା ଦେଓଗାଁ ରାସ୍ତାରେ ଦୁଇ ଜଣ ଯୁବକ ଓ ଜଣେ ଯୁବତୀ ବାଇକ ଯୋଗେ ଓଭର ଟେକ୍‌ କରିଥିଲେ । ଏପରିକି ଦେଓଗାଁରୁ ମନ୍ଦାର ଛକ ପର୍ଯ୍ୟନ୍ତ ଚାରି ପାଞ୍ଚ ଥର ଓଭର ଟେକ୍‌ କରିବାକୁ ନେଇ ବସର ଡ୍ରାଇଭର ଦୁର୍ଯ୍ୟୋଧନ ସ୍ବାଇଁ ଓ ବାଇକ୍‌ରେ ଯାଉଥିବା ଯୁବକ-ଯୁବତୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ପରେ  ବାଜି ରାଉତ ସେତୁ ନିଳକଣ୍ଠପୁର ଗ୍ରାମ ଛକରେ ମଲ୍ଲିକ ବସକୁ  ଅଟକାଇ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ଡ୍ରାଇଭରଙ୍କୁ  ଗାଳିଗୁଲଜ କରି ଟଣାଓଟରା କରିଥିଲା । ପରେ  ନିଜ ସାଥି ଯୁବତୀଙ୍କ ଭ୍ୟାନିଟରୁ ମାଉଜର ବାହାର କରି ଡ୍ରାଇଭର ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚାଳନା କରିଥିଲା । ଗୁଳିଟି ଡ୍ରାଇଭରଙ୍କ ଉପରେ  ନବାଜି ବସର ଆଗ କାଚରେ ବାଜିଥିଲା ।

{"id":368653,"sizeSlug":"large"}

ଘଟଣାସ୍ଥଳକୁ ଲୋକମାନେ ଦୌଡି ଆସିବା ପରେ ଯୁବକ ଜଣକ ବ୍ରାହ୍ମଣୀ ନଦୀ ପଠାକୁ ଦୌଡି ପଳାଇଥିଲା । ଏହାର ସୁଯୋଗ ନେଇ ଅନ୍ୟ ଯୁବକ ଯୁବତୀ ବାଇକରେ ବସି ଭୁବନ ଆଡକୁ ଖସି ପଳାଇଥିଲେ । ସେମାନଙ୍କର ପରିଚୟ ମିଳିପାରି ନାହିଁ । ପରେ ଖବର ପାଇ ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚିଥିଲା । ଭୁବନ ପୋଲିସ ବସ ଏବଂ କଣ୍ଡକ୍ଟର, ହେଲପର ଓ ଡ୍ରାଭରଙ୍କୁ ଥାନାକୁ ନେଇ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.