Chocosରୁ ବାହାରିଲା ପୋକ, ଭିଡିଓ ଭାଇରାଲ ପରେ ସ୍ପଷ୍ଟୀକରଣ ରଖିଲା କମ୍ପାନି

Published By : Prameya-News7 Bureau | February 12, 2024 IST

ନୂଆଦିଲ୍ଲୀ: ବ୍ରେକଫାଷ୍ଟରେ କ୍ଷୀର ସହ ଚକୋଚ ଖାଇବାକୁ ଅନେକ ପସନ୍ଦ କରନ୍ତି। ଅନେକ ମଧ୍ୟ ଦିନକୁ ଦୁଇ ଥର ଖାଆନ୍ତି। କିନ୍ତୁ ଚକୋଚ୍‌ ଖାଇବା ପୂର୍ବରୁ ହୁଅନ୍ତୁ ସଚେତନ। କାରଣ ଜଣେ ବ୍ୟକ୍ତି ଖାଇବା ସମୟରେ ଚକୋଚ ଖଣ୍ଡରୁ ପୋକ ପାଇଛନ୍ତି। ଯାହାର ଭିଡିଓ ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏହା ୟୁଜର୍ସଙ୍କୁ ସଚେତନ କରାଇଛି।

@cummentwala_69ଙ୍କ ଦ୍ୱାରା ସେୟାର ହୋଇଥିବା ଭିଡିଓରେ ଜଣେ ବ୍ୟକ୍ତି କେଲୋଗ୍‌ କମ୍ପାନିର ଚକୋଚ ଗୋଟିଏ ଖଣ୍ଡ ଦେଖାଇ କମ୍ପାନିକୁ ପଚାରିଛନ୍ତି ଯେ ଏହା କଣ ଏକ୍ସଟ୍ରା ପ୍ରୋଟିନ? କାହିଁକିନା ସମସ୍ତଙ୍କ ମନପସନ୍ଦ ପାଲଟିଥିବା ଚକୋଚରୁ ଯେତେବେଳେ କ୍ରିମ ବାହାର କରୁଛନ୍ତି, ଠିକ୍‌ ସେହି ସମୟରେ ସେଥିରୁ ଧଳା କ୍ରିମ ବାହାରିବା ସହ ବ୍ୟାକ୍ଟେରିଆ ଓ ଛୋଟ ଛୋଟ ପୋକ ବାହାରୁ ଥିବା ଦେଖିବାକୁ ମିଳୁଛି।

wp:html
/wp:html

ଏହାର ଭିଡିଓ ସେୟାର କରିବା ପରେ କ୍ଷୀପ୍ର ବେଗରେ ଭାଇରାଲ ହେବାରେ ଲାଗିଛି। ୟୁଜର୍ସମାନେ କମ୍ପାନି ଉପରେ ଦୋଷ ଲଦିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେୟାର ହୋଇଥିବା ଉପରେ କମ୍ପାନି ପକ୍ଷରୁ ସ୍ପଷ୍ଟୀକରଣ କରାଯାଇଛି। କମ୍ପାନି ପକ୍ଷରୁ କୁହାଯାଇଛି- ଏଭଳି ଅନିଚ୍ଛାକୃତ ଭୁଲ ପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ। ଆମର ଗ୍ରାହକ ସେବା ସଂସ୍ଥା ପକ୍ଷରୁ ଆପଣଙ୍କୁ ଯୋଗାଯୋଗ କରିବେ। ଆମ Inbox ଜରିଆରେ ଆପଣଙ୍କ ଯୋଗାଯୋଗ ବିବରଣୀ ଦିଅନ୍ତୁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.