ଚଳନ୍ତା ଟ୍ରେନ୍ରେ ଚଢିବା ବେଳେ ଖସି ପଡୁଥିବା ବ୍ୟକ୍ତିଙ୍କୁ କେମିତି ଉଦ୍ଧାର କଲେ ଲୋକ ଦେଖନ୍ତୁ…
2/11/2019 at 12:50 PM

ଝାରସୁଗୁଡା ୨।୧୧: ରଖେ ହରି ତା ମାରେ କିଏ । ଏହାର ଜୀବନ୍ତ ଉଦାହରଣ ଦେଖିବାକୁ ମିଳିଛି ଝାରସୁଗୁଡା ରେଳଷ୍ଟେସନରେ । ଚଳନ୍ତା ଟ୍ରେନରେ ଚଢିବାକୁ ଉଦ୍ୟମ କରି ଜଣେ ବ୍ୟକ୍ତି ରେଳ ଧାରଣାରେ ଖସି ପଡୁଥିବା ବେଳେ ନିକଟରେ ଥିବା ଲୋକେ ତାଙ୍କୁ ଟାଣି ଆଣିଛନ୍ତି । ଫଳରେ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛନ୍ତି ସମ୍ପୃକ୍ତ ବ୍ୟକ୍ତି । ସିସିଟିଭିରେ ଏହି ଭିଜୁଆଲ କଏଦ ହୋଇଛି ।

ଗତକାଲି ରାତି ପ୍ରାୟ ସାଢେ ୭ଟା ବେଳେ ଜଗଦଲପୁର ହାୱଡ଼ା ସୁପରଫାଷ୍ଟ ଏକ୍ସପ୍ରେସ ଝାରସୁଗୁଡା ରେଳଷ୍ଟେସନ ଛାଡିବା ପରେ ଜଣେ ଘୁଗୁନି ବିକ୍ରେତା ଚଢ଼ିବାକୁ ଚେଷ୍ଟା କଲା ବେଳେ ଏହି ଅଘଟଣ ଘଟିଥିଲା । ସୌଭାଗ୍ୟବଶତଃ ସେ ବଞ୍ଚିଯାଇଛନ୍ତି ।
Related Posts
ରାଜଧାନୀ ଉପକଣ୍ଠରେ ଫଶି ରହିଥିଲେ ୬, ଉଦ୍ଧାର କଲା ଅଗ୍ନିଶମ ବାହିନୀ
17 August 2022
ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା, ନାଳରେ ଭାସୁଛି ମୃତଦେହ
17 August 2022