scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଅଘଟଣ : ଡ୍ରେଜିଙ୍ଗ ଜାହାଜରୁ ପଡି ଜଣଙ୍କର ମୃତ୍ୟୁ

14/06/2023 at 12:45 PM

ପାରାଦୀପ ୪।୬: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଅଘଟଣ । ଡ୍ରେଜିଙ୍ଗ ଜାହାଜରୁ ପଡି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ୱାଇ ଅଶୋକ । ତାଙ୍କ ଘର ଆନ୍ଧ୍ରପ୍ରଦେଶ ବିଶାଖାପଟନମ୍‌ରେ ବୋଲି ସୂଚନା ମିଳିଛି । ଘଟଣାର ତଦନ୍ତ କରୁଛି ମେରାଇନ ପୋଲିସ ।

ସୂଚନାଯୋଗ୍ୟ ଯେ, ପାରାଦୀପ ନିଷିଦ୍ଧାଞ୍ଚଳରେ ଥିବା ବର୍ଥ ମଧ୍ୟରେ ଡ୍ରେଜିଙ୍ଗ କରିବା ପାଇଁ ଉଦ୍ଧିଷ୍ଟ ଜାହାଜରେ ଯାନ୍ତ୍ରିକ ତୃଟି ହୋଇଥିବା ବେଳେ ଦୁଇ ଜଣ ଟେକ୍ନିସିଆନ୍ ଆସି ପାଣିରେ ବୁଡି ଏହାକୁ ମରାମତି କରୁଥିଲେ । କାର୍ଯ୍ୟ କରୁଥିବା ବେଳେ କୌଣସି କାରଣରୁ ୱାଇ ଅଶୋକଙ୍କ ଅଣ୍ଟାରୁ ଦଉଡିଟି ଖସିଯିବାରୁ ସେ ବୁଡିଯାଇଯାଇଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏ ସଂକ୍ରାନ୍ତରେ ଡ୍ରେଜିଙ୍ଗ କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ୍ ନିକଟରୁ ତାଙ୍କ ମୃତ୍ୟୁକୁ ନେଇ ନେହେରୁବଙ୍ଗଳା ମେରାଇନ ପୋଲିସରେ ଲିଖିତ ଅଭିଯୋଗ ପରେ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ବୋଲି ଜଣାପଡିଛି ।

You Can Read :

   Related Posts