ବାଡିରେ କଦଳୀ ଗଛ ପୋତୁଥିବା ବେଳେ ୩୩ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ

Published By : Prameya-News7 Bureau | October 31, 2019 IST

ନୀଳଗିରି ୩୧|୧୦: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ପୋଡାଶୂଳ ଅଂଚଳରେ ବିଦ୍ୟୁତ ଆଘାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ହେଉଛନ୍ତି ୬୫ବର୍ଷ ବୟସ୍କ ଦୟାନିଧି ଶତପଥୀ ।

{"id":177346}

ସୂଚନାଯୋଗ୍ୟ ଯେ, ଦୟାନିଧି ନିଜ ବାଡିରେ କଦଳୀ ଗଛ ପୋତୁଥିବା ବେଳେ ବାଡି ଭିତର ଦେଇ ଯାଇଥିବା ୩୩ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ସେହିଠାରେ ହିଁ ସେ ଟଳିପଡିଥିଲେ । ତାଙ୍କୁ ଗ୍ରାମବାସୀଙ୍କ ସହାୟତାରେ ନୀଳଗିରି ହସ୍ପିଟାଲକୁ ଅଣାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ତେବେ ବିଦ୍ୟୁତ୍ ତାର କମ୍ ଉଚ୍ଚତାରେ ଯାଇଥିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି । ଏ ନେଇ ବିଦ୍ୟୁତ୍ ବିଭାଗର ଅପାରଗତାକୁ ଅଞ୍ଚଳବାସୀ ଦାୟୀ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.