ପ୍ଲାଟଫର୍ମରେ ଛିଡ଼ା ହୋଇଥଲେ ଟିଟିଇ, ମୁଣ୍ଡ ଉପରେ ଛିଡ଼ିଲା ବିଜୁଳି ତାର, ତା’ପରେ…
8/12/2022 at 6:17 PM

କଲିକତା, ୮/୧୨: ଷ୍ଟେସନରେ ଛିଡ଼ା ହୋଇଥିଲେ ଟିଟିଇ। ହଠାତ୍ ମୁଣ୍ଡ ଉପରେ ଛିଡ଼ି ପଡ଼ିଲା ହାଇଭୋଲ୍ଟେଜ୍ କରେଣ୍ଟ ତାର। ଆଉ ଗୁରୁତର ଆହତ ହୋଇପଡ଼ିଲେ ଟିଟିଇ। ବୁଧବାର ପଶ୍ଚିମ ମେଦିନୀପୁରର ଖଡ଼ଗପୁର ଷ୍ଟେସନର ପ୍ଲାଟଫର୍ମ ନମ୍ବର ଚାରି ଠାରେ ଦେଖିବାକୁ ଏଭଳି ଏକ ଘଟଣା। ଯେଉଁଥ୍ରେ ସୁଜାନ ସିଂହ ସରଦାର ନାମକ ଜଣେ ଟିକେଟ ପରୀକ୍ଷକ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି। ଏବେ ତାଙ୍କର ଚିକିତ୍ସା କରାଯାଉଛି। ତେବେ ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ସୂଚନାଅନୁଯାୟୀ, ସୁଜାନ ପ୍ଲାଟଫର୍ମ ନମ୍ବର ୪ ଠାରେ ଅନ୍ୟ ଜଣେ ସହକର୍ମୀଙ୍କ ସହ କଥା ହେଉଥିଲେ। ଆଉ ସେହି ସମୟରେ ଏହି ଘଟଣା ଘଟିଥିଲା। କରେଣ୍ଟ ଲାଗିବାର ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ କରେଣ୍ଟ ତାର ଛିଡ଼ି ତାଙ୍କ ଉପରେ ପଡ଼ିବାର ଦେଖାଯାଉଛି। ତାର ଛିଡ଼ିବା ପରେ ତାଙ୍କ ଶରୀରରେ ବିଜୁଳି ଖେଳିଯାଉଛି ଏବଂ ସେ ତତ୍କ୍ଷଣାତ୍ ବେହୋସ ହୋଇପଡ଼ୁଛନ୍ତି ଆଉ ଟ୍ରାକକୁ ଖସିପଡ଼ୁଛନ୍ତି। ପାଖରେ ଥିବା ସହକର୍ମୀ ମଧ୍ୟ ସେଠାରୁ ଦୂରକୁ ଚାଲିଯାଉଛନ୍ତି।
ଏହାପରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଘଟଣାକୁ ନେଇ ଖଡ଼ଗପୁର ବ୍ରାଞ୍ଚ୍ ସିନିୟର ଡିସିଏସ ରାଜେଶ କୁମାର କହିଛନ୍ତି ଏହି ଘଟଣାରେ ଯାଞ୍ଚ ନିଦେ୍ର୍ରଶ ଦିଆଯାଇଛି। କୁହାଯାଉଛି ଏକ ଲମ୍ବା ପୁଙ୍ଗୁଳା ତାରକୁ ଏକ ପକ୍ଷୀ ନେଇ ଯାଉଥିବା ସମୟରେ ଏହା ଉଚ୍ଚ କ୍ଷମତାସମ୍ପନ୍ନ ତାରକୁ ଛୁଇଁଥିଲା ଏବଂ ତାରର ଅନ୍ୟ ଭାଗ ସୁଜାନଙ୍କ ଉପରେ ପଡ଼ିଥିଲା ଫଳରେ ଏଭଳି ଦୁର୍ଘଟଣା ଘଟିଥିଲା। ତେବେ ସାଜନ ଏବଂ ବିପଦମୁକ୍ତ ଥିବା ନେଇ କୁହାଯାଇଛି।