vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ସୁନ୍ଦର ହେବା ପାଇଁ ଏମିତି ବିପଜ୍ଜନକ କାମ କଲେ ବ୍ୟକ୍ତି, ଭିଡିଓ ଦେଖି ଆଶ୍ଚର୍ଯ୍ୟ ହେଲେ ୟୁଜର୍ସ

24/06/2022 at 10:23 AM

ନୂଆଦିଲ୍ଳୀ ୨୪।୦୬ : ଆପଣ ନିଶ୍ଚିତ ଭାବରେ ଅନେକ ଥର ଶୁଣିଥିବେ ଯେ ଜଣେ ବ୍ୟକ୍ତିର ପ୍ରକୃତ ସୌନ୍ଦର୍ଯ୍ୟ ଭିତରରୁ ବାହାରି ଥାଏ । ଜଣେ ବ୍ୟକ୍ତି ବାହାରୁ ଯେତେ ସୁନ୍ଦର ହୁଅନ୍ତୁ ନା କାହିଁକି, ଯଦି ତାଙ୍କ ମନ ଭିତରୁ ମଇଳା ହୁଏ ତେବେ ସୌନ୍ଦର୍ଯ୍ୟର କୌଣସି ଲାଭ ନାହିଁ। ଏହାର ପ୍ରକୃତ ଅର୍ଥ ହେଉଛି ଯେ ଜଣେ ବ୍ୟକ୍ତି ନିଜ ପ୍ରକୃତିକୁ ଭିତରୁ ଭଲ ରଖିବା ଉଚିତ୍। ତାଙ୍କ ଠାରେ ପ୍ରେମ ଅନ୍ୟମାନଙ୍କ ପ୍ରତି ସ୍ନେହ ଏବଂ ଦୟା ମନୋଭାବ ରହିବା ଉଚିତ୍ । ହେଲେ କିଛି ଲୋକମାନେ ସୁନ୍ଦର ଦେଖାଯିବା ପାଇଁ ଅନେକ ଜିନିଷ ବ୍ୟବହାର କରିଥାନ୍ତି। କିନ୍ତୁ ବୋଧହୁଏ ଏହି ବ୍ୟକ୍ତି ଜଣଙ୍କ ଭିତର ସୌନ୍ଦର୍ଯ୍ୟ ଅର୍ଥକୁ ଭୁଲ ବୁଝିଛନ୍ତି। ଏହାର ଏକ ଫଟୋ ଏବେ ସାମ୍ନାକୁ ଆସିଛି। ଯାହା ସେ କ୍ୟାମେରା ସାମ୍ନାରେ ଏକ ବିପଜ୍ଜନକ କାମ କରିଥିଲେ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ଡୋଭ୍ ସାବୁନକୁ ଚୋବାଇ ଖାଉଥିବାର ଦେଖିବାକୁ ମିଳିଛି । ସେ ଏହି ସାବୁନକୁ ଗାଜର-ମୂଳା ପରି ଚୋବାଇ ଖାଉଛି। ଏହି ଭିଡିଓ ସୋସିଆଲ ମିଡିଆ ସାଇଟ ଫେସବୁକରେ ସେୟାର କରାଯାଇଛି। ଭିଡିଓ ସହିତ, ଏହାର କ୍ୟାପସନରେ ଲେଖାଯାଇଥିଲା – ଭିତରୁ ସୁନ୍ଦର ହେବାକୁ ଚେଷ୍ଟା।

man eating soap

ସେ ଗୋଟିଏ ବାକ୍ସରୁ ସାବୁନ ବାହାର କରି ଏହାକୁ ଖାଇବା ଆରମ୍ଭ କଲେ। ବ୍ୟକ୍ତି ଜଣକ ସହଜରେ ଦାନ୍ତରେ ସାବୁନ୍ କାମୁଡିକି  ଚୋବାଇ ଗିଳିଲେ । ଏହି ସମୟରେ, ବାହାରୁଥିବା ଫେଣକୁ ପିଉଥିବାର ଦେଖିବାକୁ ମିଳିଥିଲା।ଲୋକମାନେ ବ୍ୟକ୍ତିଙ୍କ  ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି ।

ଭିଡିଓଟି ଫେସବୁକରେ Bewakoof.com ର ଅଫିସିଆଲ୍ ଆକାଉଣ୍ଟରେ ସେୟାର କରାଯାଇଛି। ଏଥି ସହିତ, ଜଣେ ୟୁଜର୍ସ ଲେଖିଛନ୍ତି ଯେ ସୁନ୍ଦର ହେବା ମଧ୍ୟରେ ଡାକ୍ତରଖାନାକୁ  ନିଶ୍ଚିତ ଭାବରେ ଯିବ । ଏହା ସହ ଅନ୍ୟ ଜଣେ କହିଛନ୍ତି ଯେ ଏହି ବ୍ୟକ୍ତି ଜୀବିତ ଏପର୍ଯ୍ୟନ୍ତ ବଞ୍ଚିଛନ୍ତି ? ଏହି ଭିଡିଓ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଥର ଦେଖାଯାଯାଇଛି ।

   Related Posts