ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ମୃତ ଘୋଷଣା କଲେ ଡାକ୍ତର

Published By : Prameya-News7 Bureau | August 29, 2022 IST

ପଟ୍ଟାମୁଣ୍ଡାଇ, ୨୯/୦୮:  ବନ୍ୟା ପାଣିରେ ଭାସି ଯାଇ ଚାଲିଗଲା ଜୀବନ । ବନ୍ୟା ପାଣିରେ ଗାଧୋଉ ଥିବା ବେଳେ ସୁଅରେ ଜଣେ ଯୁବକ ଭାସିଯାଇଥିବା ଜଣାପଡ଼ିଛି । ଯୁବକ ଜଣକ ହେଉଛନ୍ତି ବାଲିପଡା ଅଞ୍ଚଳର ସୌମ୍ୟ ରଞ୍ଜନ ସାହୁ । ସୌମ୍ୟ ସାଙ୍ଗମାନଙ୍କ ସହିତ ପାଣିରେ ଗାଧୋଉ ଥିବା ବେଳେ ସୁଅରେ ଭାସି ଯାଇଥିଲେ । ପରେ ତାଙ୍କୁ ଉଦ୍ଧାର କରାଯାଇ ପଟ୍ଟାମୁଣ୍ଡାଇ ମେଡିକାଲ ଓ ପରେ କେନ୍ଦ୍ରାପଡା ନିଆଯାଇଥିଲା । ସେଠାରେ  ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.