ମଝି ପୋଖରୀରେ ପହଁରୁଥିବା ବେଳେ ବୁଡ଼ି ଗଲେ ଯୁବକ, ଚାଲିଗଲା ପ୍ରାଣ

Published By : Prameya-News7 Bureau | August 24, 2021 IST

ତେଲକୋଇ ୧୪/୦୮: ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ। ମୃତକ ହେଲେ ତେଲକୋଇ ଥାନା ଅନ୍ତର୍ଗତ ସଲେଇକେନା ପଞ୍ଚାୟତ ଜନସନପୁର ଗାଁର ଗୋପି ଜୁଆଙ୍ଗ । ଆଜି  ଦ୍ବିପ୍ରହରରେ ଗୋପି ଘର ନିକଟ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ତେବେ ସେ ପୋଖରୀର ଗଭୀର ଜଳ ଭିତରକୁ  ପଶି ଯାଇଥିଲେ । ପାଣିରେ ପହଁରୁ ଥିବା ବେଳେ ହଠାତ ବୁଡିଯାଇଥିଲେ ବୋଲି ଦେଖଣାହାରୀ କହିଛନ୍ତି ।

 ପୋଖରୀରେ ଗାଧୋଉଥିବା ଛୋଟ ପିଲା ତାଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ।  ପୋଖରୀ ର ଗଭୀରତା ୧୦ ଫୁଟରୁ ଅଧିକ ଥିବାରୁ ସେମା​‌ନେ ତାଙ୍କୁ ଉଦ୍ଧାର କରିପାରିନଥିଲେ ।

ଗାଁ ଲୋକେ ପହଞ୍ଚିଲା ବେଳକୁ ଗୋପିଙ୍କ ମୃତ୍ୟୁ ହୋଇସାରିଥିଲା । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ବ୍ୟବଛେଦ ପାଇଁ ଶବକୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.