ପୋଖରୀରେ ବୁଡି ଜଣଙ୍କର ମୃତ୍ୟୁ, ପୋଖରୀକୁ ଶୌଚ ହେବାକୁ ଯାଇ ଫେରିନଥିଲେ

Published By : Prameya-News7 Bureau | December 08, 2023 IST

ଆଠମଲ୍ଲିକ ୮।୧୨: ପୋଖରୀରେ ବୁଡି ଜଣେ ମୃତ । ମୃତକ ଆଠମଲ୍ଲିକ ହଣ୍ଡପା ଥାନା ଇଚ୍ଛାପୁର ଗ୍ରାମର ଅଭିରାମ ଦେହୁରୀ । ଗୁରୁବାର ରାତିରୁ ଅଭିରାମ ନିଖୋଜ ଥିଲେ । ରାତିରେ ଗାଁ ନିକଟ ପୋଖରୀକୁ ଶୌଚ ହେବାକୁ ଯାଇଥିଲେ । ତାପର ଠାରୁ ଘରକୁ ଫେରିନଥିଲେ ।

ଶୁକ୍ରବାର ସକାଳୁ ତାଙ୍କୁ ପରିବାର ଲୋକ ଖୋଜାଖୋଜି କରିଥିଲେ । ମାତ୍ର ଅଭିରାମକୁ ପାଇନଥିଲେ । ଅଭିରାମଙ୍କ ବାତ ରୋଗ ଥିଲା । ରାତିରେ ଯେଉଁ ପୋଖରୀକୁ ଯାଇଥିଲେ ସେ ବୁଡିଯାଇଥିବା ସନ୍ଦେହରେ ପରିବାର ଲୋକେ ବାମୁର ଅଗ୍ନିଶମ ବିଭାଗକୁ ଜଣାଇଥିଲେ । ଅଗ୍ନିଶମ ବାହିନୀ ଆସି ଅଭିରାମଙ୍କୁ ପୋଖରୀରୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ । ଘଟଣାକୁ ନେଇ ଗାଁରେ ଏକ ଶୋକାକୂଳ ବାତାବରଣ ସୃଷ୍ଟି ହୋଇଥିଲା ।

You Can Read :

wp:embed {"url":"https://www.prameyanews7.com/teacher-suspended-for-misbehaving-with-lady-teacher-in-bhadrak/","type":"wp-embed","providerNameSlug":"prameya-news-7"}
https://www.prameyanews7.com/teacher-suspended-for-misbehaving-with-lady-teacher-in-bhadrak/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.