ରେଳ ବ୍ରିଜ ତଳେ ପାଣି ଜମା ହେବାର ଭିଡିଓ କଲାବେଳେ ବୁଡ଼ିଗଲେ ଯୁବକ, ମୃତ୍ୟୁ

Published By : Prameya-News7 Bureau | July 19, 2021 IST

ନୂଆଦିଲ୍ଲୀ ୧୯/୦୭ : ବିଳମ୍ବିରେ ଆସିଥିବା ମୌସୁମୀ ଦିଲ୍ଲୀ ଏନସିଆରର ଅନେକ କ୍ଷେତ୍ରରେ ସମସ୍ୟା ବଢ଼ାଇ ଦେଇଛି। ଦିଲ୍ଲୀରେ ଜଳ ପ୍ରବାହ ଯୋଗୁଁ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ପୁଲ ପ୍ରହ୍ଲାଦପୁର ଅଞ୍ଚଳର ରେଳ ବ୍ରିଜ ତଳେ ପାଣି ଜମା ହେବାର ଭିଡିଓ କରୁଥିବା ବେଳେ ଜଣେ ୨୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି। ଏନେଇ ଦିଲ୍ଲୀ ପୋଲିସ ସ୍ପଷ୍ଟ କରିଛି।

ମୃତକ ହେଲେ ଜୈତପୁର ବାସିନ୍ଦା ରବି ଚୌଟାଲା। ସୋମବାର ସକାଳ ହିଁ ଦିଲ୍ଲୀ ଏନସିଆରରେ ବର୍ଷା ହୋଇଛି। ଦିଲ୍ଲୀର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ଦିଲ୍ଲୀର ଆଇଟିଓ, ପୁଲ ପ୍ରହ୍ଲାଦପୁର ସମେତ ଅନେକ ରାସ୍ତାରେ ପାଣି ଜମା ହୋଇ ରହିଥିବାରୁ ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି। ରିଙ୍ଗ ରୋଡ୍, ପ୍ରଗତି ମଇଦାନ, ପାଲମ, କିରାଡି, ରୋହତକ ରୋଡରେ ପରିସ୍ଥିତି ଅଧିକ ଖରାପ ରହିଛି।

ପ୍ରହ୍ଲାଦପୁର ଅଣ୍ଡରପାସ୍ ବ୍ରିଜରେ ଅତ୍ୟଧିକ ପାଣି ଜମା ହେବାରୁ ଟ୍ରାଫିକ୍ ଡାଇଭର୍ଟ କରାଯାଇଛି। ଦିଲ୍ଲୀ ଟ୍ରାଫିକ ପୋଲିସ ଟ୍ୱିଟ କରି କହିଛି ଯେ ପ୍ରହ୍ଲାଦପୁର ରେଳ ବ୍ରିଜ ଆଡକୁ ଯାଉଥିବା ଟ୍ରାଫିକକୁ ମେହେରୁଲି ବଦରପୁର ରୋଡରୁ ମଥୁରା ରୋଡ ଆଡକୁ ଡାଇଭର୍ଟ କରାଯାଇଛି। ମିଲେନିୟମ୍ ପାର୍କ ନିକଟରେ ରିଙ୍ଗ ରୋଡ୍, ସାରାଇ କାଲେ ଖାନ୍, କିଲୋକରୀ, ଧୌଲ କୁଆନ୍, ବିକାଶ ମାର୍ଗ, ଆଜାଦ ପୁର ଇତ୍ୟାଦି ସ୍ଥାନରେ ଟ୍ରାଫିକ୍ ମନ୍ଥର ରହିଛି।

ପଲୱଲର ଜାତୀୟ ରାଜପଥରେ ୩ ଫୁଟ ଉଚ୍ଚ ପର୍ଯ୍ୟନ୍ତ ପାଣି ଜମା ହୋଇଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରବିବାର ଗୁରୁଗ୍ରାମର ଖାୱାସପୁରରେ ଏକ ୩ ମହଲା କୋଠା ଭୁଶୁଡି ପଡିଛି। ଏହି କୋଠା tale ଅନେକ ଶ୍ରମିକ ଚାପି ହୋଇଥିବା ଆଶଙ୍କା କରାଯାଉଛି । ବର୍ଷା ମଧ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.