ସତରେ ବୟସକୁ ଅଟକାଇଛନ୍ତି ! ୪ବର୍ଷ ହେଲା ନିଜ ପରିସ୍ରା ପିଉଥିବା ଯୁବକ କ’ଣ କରନ୍ତି ଯୁକ୍ତି
24/02/2020 at 11:33 AM

ବିୟର ଗ୍ରିଲସଙ୍କ ଲୋକପ୍ରିୟ ଶୋ ‘ମେନ୍ ଭର୍ସେସ୍ ଓ୍ବାଇଲ୍ଡ’ରେ ଆପଣ ଭୋଗ୍ ଓ୍ବିଲିୟମଙ୍କଠୁ ଆରମ୍ଭ କରି ନିଲ ମରିସିଙ୍କୁ ନିଜ ପରିସ୍ରା ପିଉଥିବା ଦେଖିଥିବେ। ଏବେ ପୁଣି ଥରେ ଏପରି ଏକ ବ୍ୟକ୍ତି ସାମନାକୁ ଆସିଛନ୍ତି ଯିଏ ନିଜ ପରିସ୍ରା ଅତ୍ୟନ୍ତ ଉତ୍ସୁକତାର ସହ ପିଅନ୍ତି। ହ୍ୟାରି ମତାଦିନ୍ ନାମକ ଏହି ଯୁବକଙ୍କ କହିବା ଅନୁସାରେ ନିଜ ବାସି ପରିସ୍ରା ପିଇବା ଦ୍ବାରା ତାଙ୍କ ସ୍ବାସ୍ଥ୍ୟରେ ଯଥେଷ୍ଟ ସୁଧାର ଆସିଛି।

୩୨ବର୍ଷ ବୟସ୍କ ହ୍ୟାରି ଇଂଲଣ୍ଡର ହ୍ୟାମ୍ପଶାୟରେ ରୁହନ୍ତି। ହ୍ୟାରିଙ୍କ କହିବା ଅନୁସାରେ ସେ ପ୍ରତିଦିନ ପାଖାପାଖି ୨୦୦ ଏମଏଲ୍ ବାସି ପରିସ୍ରା ପିଇଥାନ୍ତି। ତାଙ୍କର ପରିସ୍ରା ସପ୍ତାହେଠୁ ନେଇ ମାସେ ପୁରୁଣା ହୋଇଥାଏ।
ହ୍ୟାରୀଙ୍କ କହିବା ଅନୁସାରେ ପ୍ରତିଦିନ ବାସି ପରିସ୍ରା ପିଇବା ଫଳରେ କେବଳ ଯେ ତାଙ୍କ ମାନସିକ ଅବସାଦ ଦୂର ହୋଇଛି ବରଂ ସେ ଆଗ ଅପେକ୍ଷା ଅଧିକ ତରୁଣ ଦେଖାଯାଉଛନ୍ତି।

ହ୍ୟାରୀ ବାସି ପରିସ୍ରାରେ ଆଣ୍ଟି ଏଜିଙ୍ଗ୍ ପ୍ରଡକ୍ଟ ଥିବା କଥା କହିଛନ୍ତି। ସେ ଗତ ୪ବର୍ଷ ହେବ ନିୟମିତ ଭାବେ ପ୍ରତିଦିନ ସକାଳେ ବାସି ପରିସ୍ରା ପିଉଛନ୍ତି। ହ୍ୟାରିଙ୍କ କହିବା ଅନୁସାରେ ସେ ଏହା ପିଇବା ଯୋଗୁଁ ଅଧିକ ଖୁସି,ସୁସ୍ଥ ଏବଂ ବୁଦ୍ଧିମାନ୍ ହୋଇ ଯାଇଛନ୍ତି।

ସେ କହିଥିଲେ ଯେ ତାଙ୍କ ସ୍ବାସ୍ଥ୍ୟ ବିଗିଡ଼ି ଯାଇଥିବାରୁ ସେ ପରିସ୍ରା ପିଇବାର ନିଷ୍ପତ୍ତି ନେଇଥିଲେ। ସେ ଡିପ୍ରେସନର ଶିକାର ହୋଇଥିଲେ ଏବଂ ତାଙ୍କ ସ୍ବାସ୍ଥ୍ୟ ଅଧିକାଂଶ ସମୟରେ ଖରାପ ରହୁଥିଲା।

ସେ ମାର୍ଥା କ୍ରିଷ୍ଟିଙ୍କ ବହି ‘ୟୁଅର ଅନ୍ ପରଫେକ୍ଟ ମେଡିସିନ୍’ ପଢ଼ିବା ପରେ ‘ୟୁରିନ୍ ଥେରାପି’ ବିଷୟରେ ଜାଣି ପାରିଥିଲେ। ସେ ନିଜ ପରିସ୍ରା ପିଇବା ପରେ ସ୍ବାସ୍ଥ୍ୟରେ ସୁଧାର ଅନୁଭବ କରିଥିଲେ।
ଚିକିତ୍ସା ଜଗତର ଅନେକ ଦିଗ୍ଗଜ ହ୍ୟାରିଙ୍କ ମାନସିକତା ଉପରେ ପ୍ରଶ୍ନବାଚୀ କରିଥିଲେ। ବିଶେଷଜ୍ଞଙ୍କ କହିବା ଅନୁସାରେ ୟୁରିନ୍ ପିଇବା ଦ୍ବାରା ମନୁଷ୍ୟ ସ୍ବାସ୍ଥ୍ୟରେ କୌଣସି ପ୍ରକାରର ସୁଧାର ଆସିନଥାଏ।
