ବାଙ୍କୀରେ କୂଅରେ ପଡି ଜଣକର ମୃତ୍ୟୁ
19/10/2018 at 10:33 AM

ବାଙ୍କୀ ୧୯/୧୦ : ବାଙ୍କୀ ଥାନା ଅନ୍ତର୍ଗତ ଡମପଡା ଗ୍ରାମରେ କୂଅରେ ପଡି ଜଣକର ମୃତ୍ୟୁ ହୋଇଛି । ମୃତକ ହେଲେ ବିନ ପରିଡା । ଆଜି ଭୋର ସମୟରେ ଘଟିଛି ଏହି ଘଟଣା । ତେବେ ସେଵା କୂଅରେ କେମିତି ପଡିଲେ ତାହା ଅସ୍ପଷ୍ଟ ରହିଛି । ଖବର ପାଇ ସ୍ଥାନୀୟ ଅଗ୍ନିଶ୍ରମ ବିଭାଗ ଘଟଣାସ୍ଥଳରେ ପହଂଚି ତାଙ୍କୁ ଉଦ୍ଧାର କରିଥିଲା । ତାଙ୍କୁ ଉଦ୍ଧାର କରି ବାଙ୍କୀ ହସ୍ପିଟାଲକୁ ନିଆଯାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ଏବଂ ଅଧିକ ତଦନ୍ତ କରୁଛି ।
Related Posts
ମାର୍ଚ୍ଚ ୧୦ ରୁ ମାଟ୍ରିକ୍ ସମ୍ମେଟିଭ୍ ୨, ସକାଳ ୮ଟାରୁ ୧୦ଟା ଯାଏଁ ପରୀକ୍ଷା
5 February 2023
ଡକାୟତି ଯୋଜନା ପଣ୍ଡ, ୫ଜଣଙ୍କୁ ବାନ୍ଧିଲା ପୋଲିସ
5 February 2023
ସ୍କୁଲରେ ଭୂତ ଭୟ ! ଦୀର୍ଘ ଦିନ ହେବ ବିଦ୍ୟାଳୟରେ ଝୁଲୁଛି ତାଲା
5 February 2023