ଅନୁଗୁଳରେ ହାତୀ ଆକ୍ରମଣରେ ଜଣେ ମୃତ
14/10/2018 at 11:48 AM

ଅନୁଗୁଳ ୧୪/୧୦ : ଅନୁଗୁଳ ଜିଲ୍ଲା ନୂଆଁଖେତା ଗାଁର ରମେଶ ସାହୁ ଛେଳି ଚରେଇବାକୁ ଯାଇ ହାତୀ ଆକ୍ରମଣର ଶିକାର ହୋଇଛନ୍ତି । ତେବେ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ରମେଶ ଗତକାଲି ନୂଆଁଖେତା ଜଙ୍ଗଲକୁ ଛେଳି ଚରେଇବାକୁ ଯାଇ ଘରକୁ ଫେରି ନଥିଲେ । ରମେଶଙ୍କୁ ବହୁ ଖୋଜାଖୋଜି ପରେ ମଧ୍ୟ ପାଇନଥିଲେ । ଆଜି ପୁଣି ନୂଆଁଖେତା ଜଙ୍ଗଲକୁ ଗ୍ରାମବାସୀ ଏବଂ ଘରଲୋକ ଖୋଜି ଯାଇ ରମେଶଙ୍କର ମୃତ ଦେହ ଠାବ କରିଛନ୍ତି । ପାଖରେ ହାତୀର ପାଦଚିହ୍ନ ରହିଥିଲା । ହାତୀଟି ଟେକି ମୁଣ୍ଡକୁ କଚାଡି ଦେଇଥିବା ଜଣାପଡୁଛି । ଖବର ପାଇ ବନ୍ତଳା ପୋଲିସ୍ ଓ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Related Posts
ଭିଜିଲାନ୍ସ ଜାଲରେ ବରିଷ୍ଠ ସହାୟକ, ୧୦ ହଜାର ଟଙ୍କାର ନେଉଥିଲେ ଲାଞ୍ଚ
4 December 2023