ବାପାଙ୍କୁ ପିଟି ପିଟି ମାରିଦେଲେ ପୁଅ-ବୋହୂ, ଏମିତି ଅଭିଯୋଗ ଆଣିଲେ ମୃତକଙ୍କ ଝିଅ

Published By : Prameya-News7 Bureau | November 21, 2023 IST

ନୀଳଗିରି ୨୧।୧୧: ବାପାଙ୍କୁ ପିଟିପିଟି ମାରିଦେଲେ ପୁଅ ଓ ବୋହୂ । ଏମିତି ଅଭିଯୋଗ ଆଣିଛନ୍ତି ମୃତକଙ୍କ ଝିଅ । ଏଭଳି ଅଭିଯୋଗ ନୀଳଗିରି ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧିନ ଓତାସାହି ଅଞ୍ଚଳରୁ ଆସିଛି ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ଅଧିନ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଓତାସାହି ଗ୍ରାମର ରାମଚନ୍ଦ୍ର ପଣ୍ଡାଙ୍କର ଦେହାନ୍ତ ହୋଇଥିଲା । ତାଙ୍କର ମରଶରୀରକୁ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର ପାଇଁ ଯାଉଥିଲା । ହେଲେ ତାଙ୍କ ପୁଅ ଏବଂ ବୋହୂ ପିଟିପିଟି ମାରିଥିବା ଅଭିଯୋଗ କରିଛନ୍ତି ଝିଅ ସୁକାନ୍ତି ଦାସ । ନୀଳଗିରି ପୋଲିସ ଅଭିଯୋଗ ପାଇଲା ପରେ ତଦନ୍ତ ଜାରି ରହିଥିବା ଅଧା ରାସ୍ତାରୁ ଶବକୁ ଜବତ କରାଇ ପୋଷ୍ଟମର୍ଟମ ପାଇଁ ଅଣାଯାଇଛି । ତେବେ ତାଙ୍କ ପୁଅଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ ଏହାକୁ ଖଣ୍ଡନ କରିଛନ୍ତି ।

You Can Read :

wp:embed {"url":"https://www.prameyanews7.com/man-has-allegedly-attempted-to-kill-his-own-newborn-girl-in-banki/","type":"wp-embed","providerNameSlug":"prameya-news-7"}
https://www.prameyanews7.com/man-has-allegedly-attempted-to-kill-his-own-newborn-girl-in-banki/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.