ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଭୁଲରେ ପୁଲିସ ବନ୍ଧୁକରୁ ଫୁଟିଲା ଗୁଳି: ଜଣଙ୍କ ମୃତ୍ୟୁ ପରେ ଅଫିସର ଗିରଫ

5/10/2022 at 4:35 PM

ଶ୍ରୀନଗର: ଭୁଲ ବଶତଃ ପୁଲିସ ବନ୍ଧୁକରୁ ଗୁଳି ଫୁଟି ଜଣଙ୍କର ମୃତ୍ୟୁ। ଜାମ୍ମୁ-କାଶ୍ମୀର ପୁଲୱାମା ଜିଲ୍ଲୀରେ ଏଭଳି ଘଟଣା ଦେଖିବାକୁ ମିଳିଛି।
ବୁଧବାର ପୁଲୱାମାର ହାଲ୍‌ ଠାରେ ପୁଲିସ କର୍ମୀ ଜଣଙ୍କ ଡ୍ୟୁଟି କରୁଥିବା ବେଳେ ଭୁଲରେ ତାଙ୍କ ବନ୍ଧୁକରୁ ଗୁଳି ଫୁଟିଯାଇଥିଲା। ଏଥିରେ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଟ

ପୁଲିସ ଗୁଳିରେ ମୃତ ବ୍ୟକ୍ତି ହେଲେ ମହମ୍ମଦ ଅସିଫ୍ ପଦ୍ରୋ। ତାଙ୍କୁ ଗୁଳି ବାଜିବା ପରେ ସେ ଆହତ ହୋଇଥିଲେ। ଏହାପରେ ପୁଲିସ ପକ୍ଷରୁ ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଅଭିଯୁକ୍ତ ପୁଲିସ ବିରୋଧରେ ମାମଲା ରୁଜୁ ହୋଇଛି। ମାମଲା ରୁଜୁ ହେବା ସହ କାର୍ଯ୍ୟରତ ପୁଲିସ ଅଫିସରଙ୍କୁ ଗିରଫ କରାଯାଇଛି। ମାମଲାରେ ତଦନ୍ତ ଜାରି ରହିଛି ବୋଲି କାସ୍ମୀର ଜୋନ୍ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

   Related Posts